ଦେଶ ବିଦେଶ

NCERT Controversy: ନ୍ୟାୟପାଳିକା ସମ୍ପର୍କିତ ଏନସିଇଆରଟିର ସଂଶୋଧିତ ଅଧ୍ୟାୟ ସମୀକ୍ଷା ପାଇଁ ବିଶେଷଜ୍ଞଙ୍କ ପାନେଲ ଗଠନ

ନ୍ୟାୟପାଳିକା ସମ୍ପର୍କିତ ଏନ୍‌ସିଇଆର୍‌ଟି ପୁସ୍ତକର ସଂଶୋଧିତ ଅଧ୍ୟାୟ ଉପରେ ସମୀକ୍ଷା ପାଇଁ ବିଶେଷଜ୍ଞଙ୍କ ପାନେଲ ଗଠନ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଅବଗତ କରିଛନ୍ତି।

ନୂଆଦିଲ୍ଲୀ: ନ୍ୟାୟପାଳିକା ସମ୍ପର୍କିତ ଏନ୍‌ସିଇଆର୍‌ଟି ପୁସ୍ତକର ସଂଶୋଧିତ ଅଧ୍ୟାୟ ଉପରେ ସମୀକ୍ଷା ପାଇଁ ବିଶେଷଜ୍ଞଙ୍କ ପାନେଲ ଗଠନ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଅବଗତ କରିଛନ୍ତି। ଏହି କମିଟିରେ ଦୁଇ ଜଣ ପୂର୍ବତନ ବିଚାରପତି ମଧ୍ୟ ଅଛନ୍ତି। ଏନସିଇଆରଟିର ୮ ମ ଶ୍ରେଣୀ ବହିରେ ନ୍ୟାୟପାଳିକା‌ରେ ଦୁର୍ନୀତି ଅଧ୍ୟାୟକୁ ନେଇ ବିବାଦ ପରେ ବି‌ଶେଷଜ୍ଞଙ୍କ କମିଟି ଗଠନ କରାଯାଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ପାନେଲରେ ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ, ପୂର୍ବତନ ସୁପ୍ରିମ‌କୋର୍ଟ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ବର୍ତ୍ତମାନ ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ଥିବା ଅନିରୁଦ୍ଧ ବୋଷ ଓ ଜଣେ କୁଳପତି ଅଛନ୍ତି। କୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ନ୍ୟାୟିକ, ଶିକ୍ଷାଗତ ଏବଂ ବୃତ୍ତିଗତ ବିଶେଷଜ୍ଞତାକୁ ନେଇ ପ୍ୟାନେଲ ଗଠନ ହୋଇଛି ବୋଲି କେନ୍ଦ୍ର ସରକାର କହିଥିଲେ।।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button