ଦେଶ ବିଦେଶ

NDA: ଏନ୍‌ଡିଏରେ ଯୋଗଦେଲେ ସୁପ୍ରିୟା ସୁଲେଙ୍କୁ ମିଳିପାରେ କେନ୍ଦ୍ର ମନ୍ତ୍ରିପଦ: ଅଠାୱାଲେ

ଏନ୍‌ସିପି (ଏସ୍‌ପି) ଯଦି ଏନ୍‌ଡିଏ ମେଣ୍ଟରେ ଯୋଗଦିଏ, ତେବେ ଦଳର ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ନୂଆଦିଲ୍ଲୀ: ଏନ୍‌ସିପି (ଏସ୍‌ପି) ଯଦି ଏନ୍‌ଡିଏ ମେଣ୍ଟରେ ଯୋଗଦିଏ, ତେବେ ଦଳର ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। କେନ୍ଦ୍ର ମନ୍ତ୍ରୀ ତଥା ଏନ୍‌ଡିଏର ସହଯୋଗୀ ଦଳ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ନେତା ରାମଦାସ ଅଠାୱାଲେ ବୁଧବାର ଏହି ମତ ଦେଇଛନ୍ତି।

ମହାରାଷ୍ଟ୍ରର ଥାଣେରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଅଠାୱାଲେ କହିଛନ୍ତି, ସୁପ୍ରିୟା ସୁଲେ ଏନ୍‌ଡିଏରେ ଯୋଗଦେଲେ ତାହା ଅତ୍ୟନ୍ତ ଆନନ୍ଦର ବିଷୟ ହେବ। ତାଙ୍କୁ ମେଣ୍ଟ ପକ୍ଷରୁ ସ୍ବାଗତ କରାଯିବ। ଏପରିକି ଆଗାମୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ମନ୍ତ୍ରିପଦ ମିଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଅଠାୱାଲେ ଏହି ଅବସରରେ ଶରଦ ପାୱାରଙ୍କୁ ନେଇ ମଧ୍ୟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ୨୦୧୯ରେ ଶରଦ ପାୱାର ଯଦି ଶାସକ ମେଣ୍ଟରେ ଯୋଗ ଦେଇଥାନ୍ତେ, ତେବେ ସେ ଦେଶର ରାଷ୍ଟ୍ରପତି ହୋଇଥାନ୍ତେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶରଦ ପାୱାରଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରିରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଶରଦ ପାୱାରଙ୍କୁ ଏନ୍‌ଡିଏରେ ସାମିଲ ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ଶରଦ ପାୱାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button