ଦେଶ ବିଦେଶ

NEET: ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା ବିୱଲ ବ୍ରଦର୍ସଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି କରିବେ ଫାଷ୍ଟ ଟ୍ରାକ୍‌ କୋର୍ଟ

ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ‌ହୋଇଥିବା ୨ ଭାଇ ଦିନେଶ ବିୱଲ ଓ ବିକାଶ ବିୱଲଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ଫାଷ୍ଟଟ୍ରାକ୍‌ କୋର୍ଟ ଶୁଣାଣି କରିବେ।

ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ‌ହୋଇଥିବା ୨ ଭାଇ ଦିନେଶ ବିୱଲ ଓ ବିକାଶ ବିୱଲଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ଫାଷ୍ଟଟ୍ରାକ୍‌ କୋର୍ଟ ଶୁଣାଣି କରିବେ। ରାଉଜ୍‌ ଆଭେନ୍ୟୁ କୋର୍ଟରେ ସାର୍ବଜନିକ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ ଅଧୀନରେ ଗଠନ କରାଯାଇଥିବା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରଥମ ଥର ପାଇଁ ଏହି ଆବେଦନ ଉପରେ ଶୁଣାଣି କରିବେ।

ସ୍ବତନ୍ତ୍ର ବିଚାରପତି ଅନୁ ଗ୍ରୋଭର ବାଲିଗା ରାଉଜ ଆଭେନ୍ୟୁ କୋର୍ଟ ପରିସରର ରୁମ୍‌ ନମ୍ବର ୪୦୮ରେ ଆସନ୍ତାକାଲି ଉକ୍ତ ୨ ଅଭିଯୁକ୍ତଙ୍କ ଆବେଦନ ଉପରେ ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ, ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା ଏବଂ ଏଥିସହ ଜଡ଼ିତ ଅନ୍ୟ ମାମଲାର ତଦନ୍ତ ପାଇଁ ଜୁଲାଇ ୨୩ ତାରିଖରେ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ ହୋଇଛି। ଜୁଲାଇ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ପେପର୍‌ ଲିକ୍‌ ମାମଲାର ତ୍ବରିତ ବିଚାରଣ ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ ହେବ ଏବଂ ପେପର୍‌ ଲିକ୍‌ ମାମଲାରେ ଯେଉଁମାନେ ଜଡ଼ିତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button