ଦେଶ ବିଦେଶ

NEET: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା: ଡାକ୍ତର ମନୋଜ ଶିରୁରେଙ୍କ ଜାମିନକୁ ସିବିଆଇର ବିରୋଧ

ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାର ଅଭିଯୁକ୍ତ ଡାକ୍ତର ମନୋଜ ଭଗବାନରାଓ ଶିରୁରେଙ୍କ ଜାମିନ ଆବେଦନକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ସିବିଆଇ ଦୃଢ଼ ବିରୋଧ କରିଛି।

ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାର ଅଭିଯୁକ୍ତ ଡାକ୍ତର ମନୋଜ ଭଗବାନରାଓ ଶିରୁରେଙ୍କ ଜାମିନ ଆବେଦନକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ସିବିଆଇ ଦୃଢ଼ ବିରୋଧ କରିଛି। ସିବିଆଇ କହିଛି, ଏହା କେବଳ ଜଣେ ବ୍ୟକ୍ତି ବିରୋଧରେ ନୁହେଁ, ବରଂ ଦେଶ ବିରୋଧରେ ହୋଇଥିବା ଏକ ଗୁରୁତର ଅପରାଧ। ଏହି ଘଟଣା ଦେଶର ଛବିକୁ କ୍ଷତି ପହଞ୍ଚାଇବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିଛି।

ସ୍ୱତନ୍ତ୍ର ସିବିଆଇ ବିଚାରପତି ଅଜୟ ଗୁପ୍ତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ଜୁଲାଇ ୨୨ରେ ରାୟ ଘୋଷଣା କରାଯିବ। ସିବିଆଇ ପକ୍ଷରୁ ବରିଷ୍ଠ ସରକାରୀ ଓକିଲ ନୀତୁ ସିଂହ ଅଦାଲତଙ୍କୁ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା। ଏହା ଫଳରେ ସରକାରଙ୍କ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷତି ହେବା ସହ ଭାରତ ଓ ବିଦେଶରେ ପରୀକ୍ଷା ଦେଇଥିବା ଅନେକ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button