ଦେଶ ବିଦେଶ
NEET paper leak:ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀଙ୍କୁ କଠୋରତମ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ସାରା ଦେଶରେ ହଇଚଇ। ଏହି ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସିଜେପି (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନ ଜାରି ରଖିଛି।

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ସାରା ଦେଶରେ ହଇଚଇ। ଏହି ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସିଜେପି (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନ ଜାରି ରଖିଛି। ସିଜେପିର ‘ଚଲୋ ସଂସଦ’ ପଦଯାତ୍ରା ସମୟରେ ପୁଲିସ ସହ ବ୍ୟାପକ ସଂଘର୍ଷ ହୋଇଥିବାବେଳେ ଲାଠିମାଡ଼ରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମତ ରଖି ଦୋଷୀମାନଙ୍କୁ କଠୋରତମ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ରୋକିବା ଦେଶର ସାମୂହିକ ଉତ୍ତରଦାୟିତ୍ବ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




