ଦେଶ ବିଦେଶ

NEET PG 2025 Negative Cutoff: ନିଟ୍-ପିଜି ୨୦୨୫ରେ ବିଯୁକ୍ତ ୪୦କୁ କଟ୍‌-ଅଫ୍ ମାର୍କ ହ୍ରାସ ମାମଲା

ନିଟ୍‌-ପିଜି ପରୀକ୍ଷାରେ ଅନୁସୂଚିତ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌-ଅଫ୍‌ ମାର୍କ ପ୍ରତିଶକ (ପର୍ସସେଣ୍ଟାଇଲ୍‌)କୁ ବିଯୁକ୍ତ ୪୦କୁ ଖସାଇବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସୁପ୍ରିମ୍‌କୋର୍ଟ।

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷାରେ ଅନୁସୂଚିତ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌-ଅଫ୍‌ ମାର୍କ ପ୍ରତିଶକ (ପର୍ସସେଣ୍ଟାଇଲ୍‌)କୁ ବିଯୁକ୍ତ ୪୦କୁ ଖସାଇବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସୁପ୍ରିମ୍‌କୋର୍ଟ। ଶୁକ୍ରବାର କୋର୍ଟ ନ୍ୟାସନାଲ ବୋର୍ଡ ଅଫ୍ ଏଗ୍‌ଜାମିନେସନ ଇନ୍ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌)କୁ ନିଟ୍‌-ପିଜି ୨୦୨୫-୨୬ ପାଇଁ ଏହି ହ୍ରାସ ପଛର କାରଣ ବୁଝାଇ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଜଷ୍ଟିସ୍ ପାମିଦିଘଣ୍ଟମ୍ ଶ୍ରୀ ନରସିଂହ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ବିଇଏମ୍ଏସ୍ ଦ୍ୱାରା ଜାନୁଆରି ୧୩ ତାରିଖରେ ଯୋଗ୍ୟତା କଟ୍ ଅଫ୍ ପର୍ସେଣ୍ଟାଇଲ୍ (ପ୍ରତିଶତକ) ହ୍ରାସ କରିବା ପାଇଁ ଜାରି କରାଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିଥିଲେ।

କଟ୍‌-ଅଫ୍‌ ମାର୍କ

ବେଞ୍ଚ ସୂଚାଇ ଦେଇଛନ୍ତି ଯେ, ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ କି ନାହିଁ ତାହା କୋର୍ଟ ଯାଞ୍ଚ କରିବେ। ସେ କହିଛନ୍ତି, ଆମର ବିବେକକୁ ସନ୍ତୁଷ୍ଟ କରିବାକୁ ପଡିବ। ଜାନୁୟାରି ୧୩, ୨୦୨୬ର ଆପତ୍ତିଜନକ ନୋଟିସ୍ ଦ୍ବାରା ବିଭିନ୍ନ ବର୍ଗ ପାଇଁ ନିଟ୍-ପିଜି ୨୦୨୫-୨୬ର ତୃତୀୟ ରାଉଣ୍ଡର କାଉନସେଲିଂ ପାଇଁ ସର୍ବନିମ୍ନ ଯୋଗ୍ୟତା ପ୍ରତିଶତକ କଟ୍-ଅଫ୍‌କୁ ହ୍ରାସ କରାଯାଇଥିଲା। ବିଜ୍ଞପ୍ତି ଅନୁଯାୟୀ, ଜେନେରାଲ୍/ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା କଟ୍ ଅଫ୍ ୫୦ ପ୍ରତିଶତକ (୮୦୦ରୁ ୨୭୬ ମାର୍କ)ରୁ ସପ୍ତମ ପ୍ରତିଶତକ (୧୦୩ ମାର୍କ)କୁ ହ୍ରାସ କରାଯାଇଛି। ଜେନେରାଲ୍ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହାକୁ ୪୫ ପ୍ରତିଶତକ (୨୫୫ ମାର୍କ)ରୁ ୫ମ ପ୍ରତିଶତକ (୯୦ ମାର୍କ)କୁ ହ୍ରାସ କରାଯାଇଥିଲା। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ପ୍ରାର୍ଥୀଙ୍କ ପାଇଁ ୪୦ତମ ପ୍ରତିଶତକ (୨୩୫ ମାର୍କ)ରୁ ଶୂନ ପ୍ରତିଶତକ (ବିଯୁକ୍ତ ୪୦ ମାର୍କ)କୁ ହ୍ରାସ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button