ରାଜ୍ୟ

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଯିଏ ରାଜସ୍ୱ ଆଦାୟ କରି ରାଜ୍ୟ ରାଜକୋଷକୁ ଅର୍ଥ ଦେଉଛି, ସେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଯିଏ ରାଜସ୍ୱ ଆଦାୟ କରି ରାଜ୍ୟ ରାଜକୋଷକୁ ଅର୍ଥ ଦେଉଛି, ସେଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ। ବର୍ଷାଋତୁରେ କାର୍ଯ୍ୟାଳୟର ଛାତରୁ ପାଣି ଗଳୁଥିବାରୁ ଜରିପାଲ ଘୋଡ଼ାଇ କାର୍ଯ୍ୟାଳୟ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଏହି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟଟି ବହୁ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ଦୀର୍ଘଦିନ ଧରି ଆବଶ୍ୟକ ମରାମତି ଅଭାବରୁ କୋଠାଟି ଧୀରେଧୀରେ ଦୁର୍ବଳ ହେବା ସହ ଛାତରୁ ବର୍ଷାଜଳ ଗଳୁଛି। ଲଗାଣ ବର୍ଷା ହେଲେ କାର୍ଯ୍ୟାଳୟ ଭିତରେ ପାଣି ପଶିବାରୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ ଓ ଅନ୍ୟାନ୍ୟ କାଗଜପତ୍ର ନଷ୍ଟ ହେବାର ଆଶଙ୍କା ରହିଛି।

ଏଭଳି ପରିସ୍ଥିତିରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ରାଜସ୍ୱ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣ ମଧ୍ୟ ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ ହୋଇଛି। ଏପରି ଅବ୍ୟବସ୍ଥିତ ପରିବେଶରେ ସରକାରୀ କାର୍ଯ୍ୟ ସମ୍ପାଦନ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ତେଣୁ ପ୍ରଶାସନ ତୁରନ୍ତ ଏହି କାର୍ଯ୍ୟାଳୟର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି କରିବା ସହ ଆବଶ୍ୟକ ହେଲେ ଏକ ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହାଦ୍ୱାରା ରାଜସ୍ୱ ବିଭାଗର କାର୍ଯ୍ୟ ସୁବ୍ୟବସ୍ଥିତ ହେବା ସହ ଅଧିକାରୀ ଓ ଜନସାଧାରଣଙ୍କ ସୁରକ୍ଷା ମଧ୍ୟ ନିଶ୍ଚିତ ହୋଇପାରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button