ଓଡିଶାଜିଲ୍ଲା

Neglected: ଡାକ୍ତରଙ୍କ ଗୁରୁତର ଅବହେଳା: ୪ ମାସରୁ ଉର୍ଦ୍ଧ୍ବ ଅସହ୍ୟ ଯନ୍ତ୍ରଣା ଭୋଗିଲେ ପୀଡ଼ିତା

ପ୍ରସବ ପାଇଁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ଅନେକ ଯାତନା ଭୋଗିବାକୁ ପଡ଼ିଛି। ଅସ୍ତ୍ରୋପଚାରର ୪ ମାସ ପରେ ମହିଳାଙ୍କ ମଳଦ୍ବାରରୁ ବାହାରିଛି ଗଜକପଡ଼ା। ଅସ୍ତ୍ରୋପଚାର ସମୟରେ ଚରମ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ...

ସମ୍ବଲପୁର (ଜିତେନ୍ଦ୍ର ଦାଶ): ପ୍ରସବ ପାଇଁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ଅନେକ ଯାତନା ଭୋଗିବାକୁ ପଡ଼ିଛି। ଅସ୍ତ୍ରୋପଚାରର ୪ ମାସ ପରେ ମହିଳାଙ୍କ ମଳଦ୍ବାରରୁ ବାହାରିଛି ଗଜକପଡ଼ା। ଅସ୍ତ୍ରୋପଚାର ସମୟରେ ଚରମ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତ ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ କୁଲଥକାନି ଅଞ୍ଚଳର ଜଣେ ମହିଳା ଗତ ସେପ୍ଟେମ୍ବର ୨୪ରେ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ଜରିଆରେସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁପୁତ୍ର ଜନ୍ମ ହେବାର ଦେଢ଼ ମାସ ପରେ ମହିଳାଙ୍କ ପେଟରେ ସାଂଘାତିକ ଯନ୍ତ୍ରଣା ଆରମ୍ଭ ହୋଇଥିବା କହିଛନ୍ତି ମହିଳାଙ୍କ ସ୍ବାମୀ। ଚିକିତ୍ସା ପାଇଁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ପ୍ରସବ ସମୟରେ ଚିକିତ୍ସା କରିଥିବା ମହିଳା ଡାକ୍ତରଙ୍କୁ ଦେଖାଇଥିଲେ। କିନ୍ତୁ ସଂପୃକ୍ତ ମହିଳା ଡାକ୍ତରଜଣକ ଏହା ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ବନ୍ଧୀୟ ସମସ୍ୟା ନୁହେଁ ବୋଲି କହି ଅନ୍ୟତ୍ର ଦେଖାଇବାକୁ ପରାମର୍ଶ ଦେଇଥିଲେ। ପରେ ପୀଡ଼ିତ ମହିଳାଙ୍କୁ ବିଭିନ୍ନ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ଯନ୍ତ୍ରଣା ଲାଘବ ହୋଇନଥିଲା। ଶେଷରେ ବୁର୍ଲା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ କରାଇବା ପରେ ମହିଳାଙ୍କ ପେଟରେ କିଛି ବସ୍ତୁ ରହିଥିବା ଜଣାପଡ଼ିଥିଲା। ସେଠାକାର ଡାକ୍ତର ମଧ୍ୟ ସର୍ଜରି ଡାକ୍ତରଙ୍କ ପାଖକୁ ନେବାକୁ ପରାମର୍ଶ ଦେଇଥିଲେ। ପୁଣି ଥରେ ମହିଳା ବିଭିନ୍ନ ଡାକ୍ତରଙ୍କ ପାଖକୁ ଯାଇଥିଲେ ବି କିଛି ଲାଭ ହୋଇନଥିଲା।

ତେବେ, ଗତ ୩୧ ଜାନୁଆରି‌ ରାତିରେ ବାଥରୁମ୍ ଯାଇଥିବା ସମୟରେ ମହିଳାଙ୍କ ମଳଦ୍ୱାରରୁ ଗଜକପଡ଼ା ବାହାରିଥିଲା। କପଡ଼ା ବାହାରିବା ପରେ ମହିଳାଙ୍କୁ ନେଇ ପୁଣି ଥରେ ତାଙ୍କ ସ୍ବାମୀ ପ୍ରସବ ସମୟରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଦେଖାଇଥିଲେ। କିନ୍ତୁ ଡାକ୍ତର ଜଣକ ତାଙ୍କ କଥାକୁ ଭୁଲ୍‌ ବୋଲି କହିଥିଲେ। ପରେ ସେ ପୁଣି ମହିଳା ଜଣକ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ଗତ ସୋମବାର ଦିନ ପୁଣିଥରେ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମହିଳାଙ୍କ ମଳଦ୍ବାରରୁ ଆଉ ଏକ କପଡ଼ା ବାହାରିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ପୀଡ଼ିତା ମହିଳା ନ୍ୟାୟ ପାଇଁ ସିଡିଏମଓ ଡାକ୍ତର ପ୍ରଦୀପ ହୋତାଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଶ୍ରୀ ହୋତା କହିଛନ୍ତି, ଏଭଳି ଘଟଣା ହୋଇନଥିବ। ଏହି ଘଟଣାକୁ ନେଇ ଏକ କମିଟି ଗଠନ କରାଯାଇ ମଧ୍ୟ ତଦନ୍ତ କରାଯିବ। ଅଭିଯୋଗ ସତ୍ୟତା ଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଏହି ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ କହିଛନ୍ତି ଏହାର ତଦନ୍ତ ଏବଂ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button