ଓଡିଶାଜିଲ୍ଲା

Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା

ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଲକ୍ଷଲକ୍ଷ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ସରକାରଙ୍କ ପକ୍ଷରୁ ଭତ୍ତା ପାଇଁ ଆବଶ୍ୟକ କାଗଜପତ୍ର ଆଭାବ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସୁଛି।

ଝରିଗାଁ (ରମେଶ ପଟ୍ଟନାୟକ): ଓଡ଼ିଶା ସରକାର ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସ୍ବପ୍ନ ଦେଖୁଛନ୍ତି। ଭାରତ ସରକାର ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଦିଗରେ କାମ କରୁଛନ୍ତି। କିନ୍ତୁ ଏହି ସବୁସ୍ବପ୍ନ ସେତେବେଳେ ପୂରା ହେବ, ଯେତେବେଳେ ଆମ ସମାଜରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ବ ଦିଆଯିବ। ଦୁର୍ନୀତି ହଟିବ ଏବଂ ସରକାର ସେବା ମନୋବୃତ୍ତି ନେଇ କାମ କରିବେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମ ସରକାରୀ ବ୍ୟବସ୍ଥା ବହୁ ଅସୁବିଧା ଦେଇ ଅଗ୍ରଗତି ହେଉଛି। ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଲକ୍ଷଲକ୍ଷ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକରେ ସରକାରଙ୍କ ପକ୍ଷରୁ ଭତ୍ତା ପାଇଁ ଆବଶ୍ୟକ କାଗଜପତ୍ର ଆଭାବ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସୁଛି। ସଚେତନତା ଅଭାବ ଯୋଗୁଁ ଆବଶ୍ୟକ କାଗଜପତ୍ର କରିବାରେ ସମସ୍ୟା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ସହଯୋଗ ରହୁନାହିଁ। ଏଭଳି ଏକ ଘଟଣା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମରେ ଦେଖିବାକୁ ମିଳିଛି।

ମୁଣ୍ଡାଗୁଡା ଗ୍ରାମର ଗୁରା ସାନ୍ତାଙ୍କ ବୟସ ପାଖାପାଖି ୭୫ ବର୍ଷ। ତାଙ୍କର ସ୍ୱାମୀ ପୁୟୁ ସାନ୍ତାଙ୍କ ପ୍ରାୟ ୪୦ ବର୍ଷ ତଳେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇ ଯାଇଥିଲା। ସ୍ବାମୀଙ୍କ ପରଲୋକ ପରେ ସେ ବିଧବା ଭତ୍ତା ପାଇଁ ଆବେଦନ କରି ଆସୁଛନ୍ତି। ବର୍ତ୍ତମାନ ଗୁରା ସାନ୍ତା ବିଧବା ସହି ବାର୍ଦ୍ଧକ୍ୟ ଅବସ୍ଥାରେ ଜୀବନ କାଟୁଛନ୍ତି। ୧୫ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରୁଛନ୍ତି। କିନ୍ତୁ ସରକାରୀମବାବୁମାନେ ଶୁଣୁ ନାହାନ୍ତି।

ସଚେତନତା ଅଭାବ ଯୋଗୁଁ ପରିବାର ଲୋକ ଗୁରାଙ୍କ ଭୋଟର ପରିଚୟପତ୍ର ଓ ଆଧାରକାର୍ଡ ମଧ୍ୟ କରିନଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଭୋଟରକାର୍ଡ କିମ୍ବା ଆଧାରକାର୍ଡ କରିବା ପାଇଁ କୌଣସି ସହଯୋଗ କରାଯାୁ ନାହିଁ। ପ୍ରଶାସନ ପକ୍ଷରୁ ମାତ୍ର ୫ କିଲୋ ଚାଉଳ ପ୍ରଦାନ କରାଯାଉଛି। ସେ ଏକ ମାତ୍ର ପୁଅ ସିଙ୍ଗି ସାନ୍ତା ସହ ରହୁଛନ୍ତି। ପ୍ରଶାସନ ତତ୍ପରତା ଦେଖେଇ ଉଭୟ ଭୋଟରକାର୍ଡ ଓ ଆଧାରକାର୍ଡ କରିଦେବା ସହ ବାର୍ଦ୍ଧକ୍ୟ ଭତ୍ତା ଯୋଗେଇ ଦେଲେ ଶେଷ ସମୟରେ ଔଷଧ କିଣିବା ପାଇଁ ସହାୟକ ହେବ ବୋଲି ଗୁରା କହିଛନ୍ତି।

ଘଟଣା ନେଇ ଝରିଗାଁ ବିଏସଏସଓ ସୌରବ କେତନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଆବଶ୍ୟକୀୟ କାଗଜପତ୍ର ପତ୍ର ଅଭାବ ଯୋଗୁଁ ଭତ୍ତା ପ୍ରଦାନ ହୋଇ ପାରୁନାହିଁ।ଆବଶ୍ୟକୀୟ କାଗଜପତ୍ର ତିଆରି କରି ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗୁରାଙ୍କୁ ସ୍ଥାନୀୟ ପ୍ରଶାସନ କେତେ ସହଯୋଗ କରୁଛନ୍ତି, ତାହା ଦେଖିବାକୁ ରହିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button