ଦେଶ ବିଦେଶ

Nepal: ନେପାଳ ବନ୍ୟାରେ ମୃତ ଭାରତୀୟଙ୍କ ମୃତଦେହ ଦେଶକୁ ଆଣିବାକୁ ୯ ପଦକ୍ଷେପ

ନେପାଳରେ ସମ୍ପ୍ରତି ହୋଇଥିବା ବନ୍ୟାରେ ମୃତ ବିଦେଶୀ ନାଗରିକଙ୍କ ମୃତଦେହ ଚିହ୍ନଟ ଓ ନିଜ ଦେଶକୁ ଫେରାଇବା ପ୍ରକ୍ରିୟା ସମ୍ପର୍କରେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ୧ ସେପ୍ଟେମ୍ବରରେ ବିସ୍ତୃତ ସୂଚନା ଜାରି କରିଛି।

ନୂଆଦିଲ୍ଲୀ: ନେପାଳରେ ସମ୍ପ୍ରତି ହୋଇଥିବା ବନ୍ୟାରେ ମୃତ ବିଦେଶୀ ନାଗରିକଙ୍କ ମୃତଦେହ ଚିହ୍ନଟ ଓ ନିଜ ଦେଶକୁ ଫେରାଇବା ପ୍ରକ୍ରିୟା ସମ୍ପର୍କରେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ୧ ସେପ୍ଟେମ୍ବରରେ ବିସ୍ତୃତ ସୂଚନା ଜାରି କରିଛି। ଏହା ଅଗଷ୍ଟ ୨୯ରେ ଜାରି ଦୂତାବାସର ବିବୃତିର ପରବର୍ତ୍ତୀ ପଦକ୍ଷେପ। ନେପାଳ ସରକାରଙ୍କ ନିୟମ ଅନୁସାରେ ବିଦେଶୀ ନାଗରିକଙ୍କ ମୃତଦେହ ହସ୍ତାନ୍ତର ପୂର୍ବରୁ ୯ଟି ପଦକ୍ଷେପ ଅନୁସରଣ କରାଯିବ।

ଏଥିରେ ମୃତଦେହ ସମ୍ପର୍କିତ ଦଲିଲ ପ୍ରସ୍ତୁତି, ଫଟୋ ଓ ବିବରଣୀ ରେକର୍ଡ, ପୋଷ୍ଟମର୍ଟମ୍‌, ମୃତ୍ୟୁର କାରଣ ଯାଞ୍ଚ, ପରିଚୟ ନିଶ୍ଚିତୀକରଣ, ଫିଙ୍ଗରପ୍ରିଣ୍ଟ ଓ ଡିଏନ୍‌ଏ କିମ୍ବା ଅନ୍ୟ ଫୋରେନସିକ୍‌ ନମୁନା ସଂଗ୍ରହ, ପାସପୋର୍ଟ କିମ୍ବା ପରିଚୟପତ୍ର ଯାଞ୍ଚ, ଦୂତାବାସ ସହ ସମନ୍ୱୟ ଏବଂ ମୃତଦେହ ହସ୍ତାନ୍ତର ସମ୍ପର୍କିତ ମେମୋ ଓ ରସିଦ ପ୍ରସ୍ତୁତି ରହିଛି। ପ୍ରଥମ ୪ଟି ପଦକ୍ଷେପ ନେପାଳ କର୍ତ୍ତୃପକ୍ଷ ପୂରଣ କରିବେ। ନେପାଳ ପୁଲିସ ୱେବ୍‌ସାଇଟ୍‌ରେ ଥିବା ଫଟୋ ଓ ବିବରଣୀ ଦେଖି ସମ୍ପର୍କୀୟମାନେ ମୃତଦେହ ଚିହ୍ନଟ କରିପାରିଲେ, ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ମୃତଦେହ ଭାରତ ଆଣିବାରେ ସହାୟତା କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button