ଦେଶ ବିଦେଶ

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

ଭୟଙ୍କର ଆକସ୍ମିକ ବନ୍ୟାରେ ବ୍ୟାପକ ଜୀବନହାନି ଓ ଧ୍ୱଂସଲୀଳା ସତ୍ତ୍ୱେ ବିଦେଶୀ ସନ୍ଧାନ ଓ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଛି ନେପାଳ। ଦେଶର ସେନା, ପୁଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥା ନିଜସ୍ୱ ସାମର୍ଥ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ...

କାଠମାଣ୍ଡୁ: ଭୟଙ୍କର ଆକସ୍ମିକ ବନ୍ୟାରେ ବ୍ୟାପକ ଜୀବନହାନି ଓ ଧ୍ୱଂସଲୀଳା ସତ୍ତ୍ୱେ ବିଦେଶୀ ସନ୍ଧାନ ଓ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଛି ନେପାଳ। ଦେଶର ସେନା, ପୁଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥା ନିଜସ୍ୱ ସାମର୍ଥ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ନେତୃତ୍ୱାଧୀନ ସରକାର କହିଛି। ତେବେ ବିଦେଶୀ ଦେଶଗୁଡ଼ିକର ଆର୍ଥିକ, ରିଲିଫ୍‌, ପୁନର୍ବାସ ଓ ପୁନର୍ନିର୍ମାଣ ସହାୟତା ଗ୍ରହଣ କରିବାକୁ ନେପାଳ ପ୍ରସ୍ତୁତ ରହିଛି।

ଚୀନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବୁଧବାରଠାରୁ ଘଟିଥିବା ଭୟଙ୍କର ବନ୍ୟାରେ ଅତି କମ୍‌ରେ ୪୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ କାଦୁଅ ଓ ଧ୍ୱଂସାବଶେଷ ମଧ୍ୟରେ ନିଖୋଜଙ୍କୁ ଖୋଜୁଛନ୍ତି। ଏହି ସମୟରେ ପାହାଡ଼ିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ହ୍ରଦ ଯୋଗୁଁ ଆଉ ଏକ ବନ୍ୟାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ନେପାଳ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଲୋକ ବାହାଦୁର ଛେତ୍ରୀ କହିଛନ୍ତି, ବିଭିନ୍ନ ଦେଶର ସହାୟତା ପ୍ରସ୍ତାବ ସ୍ୱାଭାବିକ। କିନ୍ତୁ ବର୍ତ୍ତମାନ ନେପାଳର ସୁରକ୍ଷା ସଂସ୍ଥାଗୁଡ଼ିକ ନିଜେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରୁଥିବାରୁ ବିଦେଶୀ ଉଦ୍ଧାରକାରୀ ଦଳର ଆବଶ୍ୟକତା ନାହିଁ। ଭାରତ, ଚୀନ, ଆମେରିକା, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ବାଂଲାଦେଶ ନିଜ ନିଜର ସନ୍ଧାନ ଓ ଉଦ୍ଧାରକାରୀ ଦଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button