Nepal floods : ନେପାଳ ପ୍ରଳୟଙ୍କରୀ ବନ୍ୟାର ଧ୍ୱଂସଲୀଳା, ଗଲାଣି ୧୬୫ ଜୀବନ, ୧୩୩ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ନିଖୋଜ

କାଠମାଣ୍ଡୁ,୨୭\୮ : ନେପାଳ-ତିକ୍ର ତ ସୀମାରେ ବୁଧବାର ସକାଳେ ଅଚାନକ ବିନାଶକାରୀ ବନ୍ୟା ଆସିଛି । ଏହା ନେପାଳର ରସୁୱା ଜିଲ୍ଲାରେ ଧ୍ୱଂସଲୀଳା ରଚିଛି । ସକାଳ ପ୍ରାୟ ୯ଟାରେ ତିକ୍ରତର ଦିଶାରୁ ଭୋଟେକୋଶୀ ନଦୀରେ ଅଚାନକ ପାଣିର ସ୍ରୋତ ଭୟଙ୍କର ଭାବେ ବଢ଼ି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା । ଏହି ବିପର୍ଯ୍ୟୟରେ ଅତିକମ୍ରେ ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା ନେପାଳ ପୁଲିସ କହିଛି । ସେମାନଙ୍କ ମୃତଦେହ ମଧ୍ୟ ମିଳିସାରିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଅଭିଯାନରେ ସେନାକୁ ନିୟୋଜିତ କରାଯାଇଛି । ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ରହିଛନ୍ତି । ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ । ୮୫ରୁ ଊଦ୍ଧ୍ୱର୍ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି ।
ସୌଜନ୍ୟ ପ୍ରମେୟ




