ମନୋରଞ୍ଜନ
News Reel: ନ୍ୟୁଜ୍ ରିଲ୍: ମୁହଁ ଖୋଲିଲେ ଶ୍ରୀୟା
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୃଶ୍ୟମ୍ ୩’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୀୟା ସରଣଙ୍କ ଚରିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଲୋଚନା ହେଉଛି।

ବଲିଉଡ୍ ଅଭିନେତା ଅଜୟ ଦେବଗନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୃଶ୍ୟମ୍ ୩’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୀୟା ସରଣଙ୍କ ଚରିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଲୋଚନା ହେଉଛି। ଫିଲ୍ମରେ ସେ ନନ୍ଦିନୀ ସାଲ୍ଗାଓଁକର୍ଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଇଶିତା ଦତ୍ତା ତାଙ୍କ ଝିଅ ଅଞ୍ଜୁ ଭୂମିକାରେ ନଜର ଆସିଛନ୍ତି।
ତେବେ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ଶ୍ରୀୟା ଓ ଇଶିତାଙ୍କ ବୟସର ବ୍ୟବଧାନ। ବାସ୍ତବ ଜୀବନରେ ଉଭୟଙ୍କ ବୟସରେ ମାତ୍ର ୮ ବର୍ଷର ଫରକ। ଏତେ କମ୍ ବୟସ ବ୍ୟବଧାନ ସତ୍ତ୍ୱେ ପରଦାରେ ଉଭୟ ମାଆ ଓ ଝିଅ ଭୂମିକା ନିଭାଇବାକୁ ଅନେକ ପସନ୍ଦ କରିପାରି ନାହାନ୍ତି। ଏହାକୁ ନେଇ ମତ ରଖିଛନ୍ତି ଶ୍ରୀୟା।
ସୌଜନ୍ୟ ସମ୍ବାଦ




