ମନୋରଞ୍ଜନ

Nina spoke about Richards-Masaba intimacy: ରିଚାର୍ଡସ-ମସାବା ଘନିଷ୍ଠତା ସମ୍ପର୍କରେ କହିଲେ ନୀନା

ବଲିଉଡ୍‌ ଓ କ୍ରିକେଟ୍‌ ଦୁନିଆର ସେଲିବ୍ରିଟଙ୍କ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ କ୍ରିକେଟର୍‌ମା‌ନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ନିଜ ଜୀବନସାଥି କରିଛନ୍ତି। ଏହାର କିନ୍ତୁ ଏକ ବଡ଼ ବ୍ୟତିକ୍ରମ ହେଉଛନ୍ତି ମହାନ କ୍ରିକେଟର୍‌ ସାର ଭିଭିଆନ୍‌ ରିଚାର୍ଡସ ଓ ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା।

ନୂଆଦିଲ୍ଲୀ: ବଲିଉଡ୍‌ ଓ କ୍ରିକେଟ୍‌ ଦୁନିଆର ସେଲିବ୍ରିଟଙ୍କ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ କ୍ରିକେଟର୍‌ମା‌ନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ନିଜ ଜୀବନସାଥି କରିଛନ୍ତି। ଏହାର କିନ୍ତୁ ଏକ ବଡ଼ ବ୍ୟତିକ୍ରମ ହେଉଛନ୍ତି ମହାନ କ୍ରିକେଟର୍‌ ସାର ଭିଭିଆନ୍‌ ରିଚାର୍ଡସ ଓ ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା। ଉଭୟଙ୍କ ପ୍ରେମ ସମ୍ପର୍କ ଆଗକୁ ବଢ଼ିପାରିନଥିଲା। ଜୀବନସାରା ଉଭୟ ଅଲଗା ରହିଛନ୍ତି। ବିଛେଦ ପୂର୍ବରୁ କିନ୍ତୁ ସେମାନେ କନ୍ୟା ସନ୍ତାନ ମାସାବାକୁ ପାଇଥିଲେ। ମାସାବାଙ୍କୁ ନୀନା ନିଜ ହେପାବାଜତରେ ପାଳି ବଡ଼ କରିଥିଲେ। ମାସାବା ବଡ଼ ହେବା ପରେ କିନ୍ତୁ ପିତା ଭିଭିଆନ୍‌ ରିଚାର୍ଡସଙ୍କ ସହ ସମ୍ପର୍କ ରଖି ଆସିଛନ୍ତି। ଅନେକ ସମୟରେ ଏହି ବାପ-ଝିଅଙ୍କ ଘନିଷ୍ଠତାକୁ ନେଇ ଚର୍ଚ୍ଚା ହୋଇଥାଏ।

ନିକଟରେ ଏକ ସାକ୍ଷାତକାରରେ ରିଚାର୍ଡସ-ମାସାବାଙ୍କ ଘନିଷ୍ଠତାକୁ ନେଇ ନୀନା ମୁହଁ ଖୋଲିଛନ୍ତି। ବାପ-ଝିଅଙ୍କ ଘନିଷ୍ଠତାକୁ ନେଇ ସେ ଖୁସି ଅଛନ୍ତି। ‘‘ଉଭୟ ଅନେକ ସମୟରେ ଯୋଗାଯୋଗରେ ରୁହନ୍ତି, ପରସ୍ପର ସହିତ ଯୋଡ଼ି ହୋଇରହିବାରେ ବି ଅସହଜ ଅନୁଭବ କରିନଥାନ୍ତି। ବାପ-ଝିଅଙ୍କ ସମ୍ପର୍କରେ ସେଭଳି କିଛି ଦ୍ବନ୍ଦ୍ବ ନାହିଁ, ପରସ୍ପରକୁ ଭଲ ପାଇଥାନ୍ତି ଗୋଟିଏ ପରିବାର ଭଳି’’ ବୋଲି କହିଛନ୍ତି ନୀନା। ମାସାବାଙ୍କ ବାଲ୍ୟଜୀବନରେ ରିଚାର୍ଡସ ସାଥିରେ ନଥିଲେ ବି ଏବେ ପରସ୍ପର ପାଇଁ ଭଲ କାମ କରିପାରୁଛନ୍ତି। ଏହା ମଧ୍ୟ ଫାଇଦା ଦେଉଛି ବୋଲି ନୀନା କହିଛନ୍ତି। ‘‘ରିଚାର୍ଡସ ଜଣେ ସାମାଜିକ ବ୍ୟକ୍ତି ନୁହଁନ୍ତି, ସବୁବେଳେ ନିଜ ଦୁନିଆ‌ରେ ବିଚରଣ କରନ୍ତି। ମାସାବା କିନ୍ତୁ ସାମାଜିକ ଓ ସାଧାରଣ ଚଳଣୀରେ ରୁହନ୍ତି, ଠିକ ମୋ ଭଳି। ଉଭୟଙ୍କ ସମ୍ପର୍କ ଭଲ ନରହିବାର କିଛି କାରଣ ନାହିଁ’’ ବୋଲି କହିଛନ୍ତି ନୀନା।

କ୍ରିକେଟ୍‌ ପଡ଼ିଆରୁ ଆରମ୍ଭ ହୋଇଥିବା ପ୍ରେମ ପରେ ୧୯୮୮ ମସିହା ନଭେମ୍ବର ମାସରେ ରିଚାର୍ଡସ ଓ ନୀନା ଅଲଗା ହୋଇଯାଇଥିଲେ। ସେବେଠାରୁ ନିଜ ନିଜ ଜୀବନକୁ ଅଲଗା ନିଭାଇଛନ୍ତି। ଅଲଗା ବିବାହ ବି କରିଥିଲେ। ମାରିଆମ୍‌ଙ୍କୁ ଭିଭିଆନ ବିବାହ କରିଥିବା‌ବେଳେ ମାସାବାଙ୍କୁ ବଡ଼ କରିବା ପରେ ନୀନା ୨୦୦୮ରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବେକ ମିଶ୍ରାଙ୍କୁ ବିବାହ କରିଥିଲେ। ଭାରତରେ ଜଣେ ପ୍ରତିଷ୍ଠିତ ଫ୍ୟାସନ୍‌ ଡିଜାଇନର୍‌ ଭାବେ ନାମ କମାଇଥିବା ମାସାବା ଇତିମଧ୍ୟରେ ଦ୍ବିତୀୟ ବିବାହ କରିସାରିଛନ୍ତି। ୨୦୧୫ରେ ମଧୁ ମାଣ୍ଟିନାଙ୍କୁ ବିବାହ କରିବା ପରେ ୨୦୧୯ରେ ବିଛେଦ ହୋଇଯାଇଥିଲା। ୨୦୨୩ରେ ସେ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଛନ୍ତି। ଯେଉଁ ସମୟରେ ଭିଭିଆନ୍‌ ରିଚାର୍ଡସ ବି ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button