ଦେଶ ବିଦେଶ

Raised Tariffs:ମହିଳା ନେତାଙ୍କ କଥା କହିବା ଶୈଳୀ ପସନ୍ଦ ଆସିଲା ନାହିଁ ତେଣୁ କ୍ରୋଧରେ ଶୁଳ୍କ ବୃଦ୍ଧି କଲି:ଟ୍ରମ୍ପ

ଟ୍ରମ୍ପ ଦାବି କରିଛନ୍ତି ଯେ, ମତେ କଥାବାର୍ତ୍ତାର ସ୍ୱର ଆକ୍ରମଣାତ୍ମକ ଲାଗିଲା । ମୁଁ ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଥିଲି। ଏହାପେର ମୁଁ ଶୁଳ୍କକୁ ୩୦ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି କରିଥିଲି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡ ଉପରେ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ବିଷୟରେ ଖୋଲାଖୋଲି କହିଛନ୍ତି। ଏହା ତାଙ୍କ ନିର୍ଲଜ୍ଜ ମନୋଭାବ ପ୍ରକାଶ କରିଛି। ସେ କହିଛନ୍ତି, ଏହି ନିଷ୍ପତ୍ତି କେବଳ ବାଣିଜ୍ୟ ତଥ୍ୟ ଦ୍ୱାରା ନୁହେଁ ବରଂ ଏକ ଆଲୋଚନା ଅଭିଜ୍ଞତା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛି। ଟ୍ରମ୍ପ କହିଛନ୍ତି, ସ୍ୱିଜରଲାଣ୍ଡର ଜଣେ ମହିଳା ନେତାଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ପରେ, ମୁ କୌଣସି ଆଶ୍ୱସ୍ତି ଦେବା ପରିବର୍ତ୍ତେ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲି।

ଏକ ସାମ୍ପ୍ରତିକ ଗଣମାଧ୍ୟମ ସାକ୍ଷାତକାରରେ, ଟ୍ରମ୍ପ ସ୍ୱିସ୍ ଫେଡେରାଲ୍ କାଉନସିଲ୍ ସଦସ୍ୟ କରିନ୍ କେଲର-ସଟରଙ୍କ ସହ ତାଙ୍କର ଏକ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଆମେରିକା ଓ ସ୍ୱିଜରଲାଣ୍ଡ ମଧ୍ୟରେ ବାଣିଜ୍ୟ ସନ୍ତୁଳନ ଆମେରିକାର ସପକ୍ଷରେ ନାହିଁ। ଟ୍ରମ୍ପଙ୍କ ଅନୁଯାୟୀ, ସ୍ୱିଜରଲାଣ୍ଡ ଏକ ଛୋଟ ଦେଶ ହୋଇପାରେ, କିନ୍ତୁ ଆମେରିକା ସହିତ ଏହାର ପ୍ରାୟ ୪୨ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ଅଛି। କୌଣସି ଦେଶର ଆକର କେତେକ ବଡ଼ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାର ବାଣିଜ୍ୟ କେତେ ହେଉଛି ତାହା ଗୁରୁତ୍ୱପୂର୍ଣ୍ଣ।

କଥା ହେବା ଶୈଳୀ ମୋତେ ପସନ୍ଦ ଆସିଲା ନାହିଁ

ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ମୁଁ ପ୍ରଥମେ ସ୍ୱିଜରଲାଣ୍ଡ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲି। ମୁଁ ଏକ ଫୋନ୍ କଲ୍ ପାଇଥିଲି। ମୁଁ ଅନୁମାନ କରୁଥିଲି ତାହା ସ୍ୱିଜରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବ। ମାତ୍ର ସ୍ୱିଜରଲାଣ୍ଡରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କର ପଦବୀ ନାହିଁ। ଦେଶର ଶାସନ ଏକ ସାତ ସଦସ୍ୟ ବିଶିଷ୍ଟ ଫେଡେରାଲ୍ ପରିଷଦ ସରକାର ପରିଚାଳନା କରୁଛନ୍ତି। ଟ୍ରମ୍ପଙ୍କ ଅନୁସାରେ, କଥାବାର୍ତ୍ତା ସମୟରେ, ସ୍ୱିଜରଲାଣ୍ଡ ନେତା ବାରମ୍ବାର କହିଥିଲେ ଯେ, ତାଙ୍କ ଦେଶ ଛୋଟ ଓ ଏତେ ଅଧିକ ଶୁଳ୍କ ହାର ତାଙ୍କ ପାଇଁ ସହ୍ୟ କରିବା କଷ୍ଟକର ହେବ।

ଟ୍ରମ୍ପ ଦାବି କରିଛନ୍ତି ଯେ, ମତେ କଥାବାର୍ତ୍ତାର ସ୍ୱର ଆକ୍ରମଣାତ୍ମକ ଲାଗିଲା । ମୁଁ ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଥିଲି। ଏହାପେର ମୁଁ ଶୁଳ୍କକୁ ୩୦ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି କରିଥିଲି। ଟ୍ରମ୍ପ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସ୍ୱିଜରଲାଣ୍ଡ ଆମେରିକାକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ କିନ୍ତୁ ସେଗୁଡ଼ିକ ଉପରେ ପର୍ଯ୍ୟାପ୍ତ ଶୁଳ୍କ ପ୍ରଦାନ କରେ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button