ମନୋରଞ୍ଜନ

ସଂଗ୍ରାମଙ୍କ ‘ଅଭିଯାନ-ଦି ମିସନ୍’

‘କସ୍ତୁରୀ’, ‘ରାକେଟ୍’ ପରି ଦୁଇଟି ଓଡ଼ିଆ ସିନେମା ଓ ‘କୁଳାଙ୍ଗର’ ଶୀର୍ଷକରେ ଏକ ଟେଲିସିନେମାର ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ଆଉ ଏକ ଓଡ଼ିଆ ଛବି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର କାହାଣୀ କାମ ସରିଛି।

‘କସ୍ତୁରୀ’, ‘ରାକେଟ୍’ ପରି ଦୁଇଟି ଓଡ଼ିଆ ସିନେମା ଓ ‘କୁଳାଙ୍ଗର’ ଶୀର୍ଷକରେ ଏକ ଟେଲିସିନେମାର ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ଆଉ ଏକ ଓଡ଼ିଆ ଛବି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର କାହାଣୀ କାମ ସରିଛି। ପୂର୍ବରୁ ତାଙ୍କ ନିର୍ଦ୍ଦେଶିତ ‘କସ୍ତୁରୀ’ରେ ଭାବ ବିନୋଦ ମହାପାତ୍ର, ‘ରାକେଟ୍’ରେ ବିଜୟ ମଲ୍ଲ ଏବଂ ‘କୁଳାଙ୍ଗର’ରେ ପ୍ରିୟବ୍ରତ ପଣ୍ଡା ସଂଳାପ ଲେଖିଥିଲେ। ହେଲେ ଏଥର ନିଜେ ସଂଗ୍ରାମ ସଂଳାପ ରଚନା କରିଛନ୍ତି। ଫିଲ୍ମର ଶୀର୍ଷକ ରହିଛି ‘ଅଭିଯାନ-ଦି ମିସନ୍’। ଡକ୍ଟର ହୃଦାନନ୍ଦ ଦାସ ଏହାର ପ୍ରଯୋଜକ।

ସିନେମାର କଳାକାର ମନୋନୟନ ଚାଲିଛି। ଖୁବ୍ ଶୀଘ୍ର ଏହା ଫ୍ଲୋରକୁ ଯିବ। ସୂଚନାଯୋଗ୍ୟ, ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତିଙ୍କ ଅନ୍ୟ ଏକ ସିନେମା ‘ଲାଇଫ୍ ପାର୍ଟନର୍’ (ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ) ଦୀର୍ଘଦିନ ହେବ ରିଲିଜ୍ ଅପେକ୍ଷାରେ ରହିଛି। ଏଥିରେ ଦୁଷ୍ମନ୍ତ, ଅୟନା, ପୁଣ୍ୟତୋୟା ଓ ଗୁଞ୍ଜନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button