ଦେଶ ବିଦେଶ
Nitin Gadkari: ଅବସର ନେଇପାରନ୍ତି ଗଡ଼କରୀ: ଅଧିକ କାମ କରିପାରିବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଜୋର ଧରିଲା
କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଗଡ଼କରୀ ନିଜେ ନାଗପୁର ଜିଲ୍ଲାର କଟୋଲଠାରେ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଚାଲିଛି।

ନାଗପୁର: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଗଡ଼କରୀ ନିଜେ ନାଗପୁର ଜିଲ୍ଲାର କଟୋଲଠାରେ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଚାଲିଛି। ଗଡ଼କରୀ କହିଛନ୍ତି ଯେ, ସେ ଗତ ୩୦ ବର୍ଷ ହେଲା ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଅଧିକ କାମ କରିପାରିବେ ନାହିଁ।
ସୌଜନ୍ୟ ସମ୍ବାଦ




