ଦେଶ ବିଦେଶ

Nitish Kaushal arrested: ଏଫ୍‌ବିଆଇର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସ୍ଥାନ ପାଇବାର କିଛି ଦିନ ପରେ ଗିରଫ ହେଲା ନୀତିଶ କୌଶଲ

ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ (ଏଫ୍‌ବିଆଇ)ର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସ୍ଥାନ ପାଇବାର ମାତ୍ର କିଛି ଦିନ ପରେ ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ନୀତିଶ କୌଶଲ ଓରଫ୍‌ ‘ଲାଲା’କୁ ଗିରଫ କରାଯାଇଛି।

ୱାସିଂଟନ: ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ (ଏଫ୍‌ବିଆଇ)ର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସ୍ଥାନ ପାଇବାର ମାତ୍ର କିଛି ଦିନ ପରେ ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ନୀତିଶ କୌଶଲ ଓରଫ୍‌ ‘ଲାଲା’କୁ ଗିରଫ କରାଯାଇଛି। ଏଫ୍‌ବିଆଇ ଗୁରୁବାର ଭର୍ମଣ୍ଟରେ ତାକୁ ଗିରଫ କରିଛି। ଆମେରିକା-କାନାଡା ସୀମା ନିକଟରେ ଏହି ଅଭିଯାନରେ ଆମେରିକାର ସୀମା ସୁରକ୍ଷା ବାହିନୀ ମଧ୍ୟ ସହଯୋଗ କରିଥିଲା।

ଏଫ୍‌ବିଆଇ ଅନୁସାରେ, ନୀତିଶ କୌଶଲ ପଞ୍ଜାବର କୁଖ୍ୟାତ ‘ଜଗ୍ଗୁ ଭଗବାନପୁରିଆ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଗ୍ରୁପ୍‌’ର ସଦସ୍ୟ। ଏହି ଆପରାଧିକ ସଂଗଠନ ହତ୍ୟା, ଅପହରଣ, ମାଦକ ଚୋରାଚାଲାଣ, ବଟି ଆଦାୟ, ଅସ୍ତ୍ର ଚୋରାଚାଲାଣ, ଅର୍ଥ ହେରଫେର ଓ ମାନବ ଚୋରାଚାଲାଣ ଭଳି ସଙ୍ଗିନ ଅପରାଧରେ ସମ୍ପୃକ୍ତ। କୌଶଲ ବିରୋଧରେ ଅପହରଣ ଓ ହିଂସାତ୍ମକ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button