ଦେଶ ବିଦେଶ

Nitish Kumar: ଟାଇଗର୍‌ ଅଭି ଜିନ୍ଦା ହୈ: ୭୪ ବର୍ଷ ବୟସରେ ନୀତୀଶ କୁମାରଙ୍କ ଶକ୍ତିର ରହସ୍ୟ କ’ଣ?

ବିହାରର ପ୍ରମୁଖ ସହରମାନଙ୍କରେ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଛବି ଥିବା ପୋଷ୍ଟର ଓ ବ୍ୟାନର ଛାଇ ଯାଇଛି। ଯେଉଁଥିରେ ଲେଖା ଅଛି ‘ଟାଇଗର ଅଭି ଜିନ୍ଦା ହୈ’। ବିହାରର ‘ସୁଶାସନ ବାବୁ’ ୭୪ ବର୍ଷ ବୟସରେ ମଧ୍ୟ ଯୁବକ ପରି ସକ୍ଷମ ଥିବା ଦର୍ଶାଇଛନ୍ତି।

ପାଟନା: ବିହାରର ପ୍ରମୁଖ ସହରମାନଙ୍କରେ   ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଛବି ଥିବା ପୋଷ୍ଟର ଓ ବ୍ୟାନର ଛାଇ ଯାଇଛି। ଯେଉଁଥିରେ ଲେଖା ଅଛି ‘ଟାଇଗର ଅଭି ଜିନ୍ଦା ହୈ’। ବିହାରର ‘ସୁଶାସନ ବାବୁ’ ୭୪ ବର୍ଷ ବୟସରେ ମଧ୍ୟ ଯୁବକ ପରି ସକ୍ଷମ ଥିବା ଦର୍ଶାଇଛନ୍ତି। ମୋଦୀ-ନୀତୀଶଙ୍କ ରଣନୀତି ବିହାରରେ ଏନ୍‌ଡିଏକୁ ମହାବିଜୟ ଦେଇଥିବା ବେଳେ ବିଜେପି ମଧ୍ୟ ନୀତୀଶଙ୍କୁ ଭୂୟସୀ ପ୍ରଶଂସା କରୁଛି। ପ୍ରାୟ ୨୦ ବର୍ଷ କ୍ଷମତାରେ ରହିବା ପରେ ବି ତାଙ୍କ ବିରୋଧରେ ସେଭଳି କୌଣସି ବଡ଼ ଅସନ୍ତୋଷ ନାହିଁ।

୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ନୀତୀଶଙ୍କ ଦଳକୁ ପଛରେ ପକାଇ ଦେଇଥିଲା ଏବଂ ଏଥର ମଧ୍ୟ ବିଜେପି ଆଗରେ ରହିଛି। ୨୦୨୦ ନିର୍ବାଚନରେ ଜେଡିୟୁ ୧୧୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ବିଜେପି ୧୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ଜେଡିୟୁ ୨୦୧୫ରେ ଜିତିଥିବା ୭୧ଟି ଆସନରୁ ମାତ୍ର ୪୩କୁ ଖସି ଆସିଥିଲା ଏବଂ ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିଲା। ଏଥର ବିଜେପି ସମାନ ଆସନ ବଣ୍ଟନ ପାଇଁ ବୁଝାମଣା କରିଥିଲା ଏବଂ ଉଭୟ ଦଳ ଚମତ୍କାର ପରିଣାମ ହାସଲ କରିଛନ୍ତି।

୧୯ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାରଙ୍କ ପାଇଁ ଏହା ଶେଷ ନିର୍ବାଚନ ହେବ ବୋଲି ଅନେକ ମତ ଦେଉଛନ୍ତି। ଯଦି ସେ ଏଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ଏହା ତାଙ୍କ ପାଇଁ ରେକର୍ଡ ୧୦ମ ଥର ହେବ। ବିଶେଷଜ୍ଞମାନେ କହିଛନ୍ତି ଯେ, ଜାତିଗତ ଗଣିତ ଓ ମହିଳା ଭୋଟରଙ୍କ ମଧ୍ୟରେ ନୀତୀଶଙ୍କ ସ୍ଥାୟୀ ଆବେଦନ ହିଁ ଜେଡିୟୁ ପାଇଁ କାମ କରିଛି। ବାରମ୍ବାର ଦଳବଦଳ ପାଇଁ ‘ପଲ୍‌ଟୁରାମ’ ଉପାଧି ଧାରଣ କରିଥିବା ନୀତୀଶ ୨୦୦୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button