ଦେଶ ବିଦେଶ

Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁୁରୁବାର ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର’ ଯୋଜନା ଅଧୀନରେ ରାଜ୍ୟର ମହିଳା ହିତାଧିକାରୀମାନଙ୍କୁ ଅତିରିକ୍ତ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁୁରୁବାର ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର’ ଯୋଜନା ଅଧୀନରେ ରାଜ୍ୟର ମହିଳା ହିତାଧିକାରୀମାନଙ୍କୁ ଅତିରିକ୍ତ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ନୀତୀଶ କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ୍‌ରେ ନୀତୀଶ କହିଛନ୍ତି, ପର୍ଯ୍ୟାୟକ୍ରମେ ସରକାର ପ୍ରଥମେ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଚୟନ କରିବେ। ପୂର୍ବରୁ ପ୍ରଦାନ କରାଯାଇଥିବା ଟଙ୍କାକୁ ନିଯୁକ୍ତି ଉଦ୍ଦେଶ୍ୟରେ ଠିକ୍‌ ଭାବେ ବ୍ୟବହାର କରାଯାଇଛି ବୋଲି ଜାଣିବାପରେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ନୀତୀଶ କହିଛନ୍ତି, ଯୋଜନାର ପ୍ରଥମ ପର୍ଯ୍ୟାୟ‌ରେ ପ୍ରତି ପରିବାରର ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଏଯାବତ୍ ୧ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ଦ୍ବାରା ଏହି ଟଙ୍କା ପଠାଯାଇଛି। ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ଥିବା ବାକି ଆବେଦନକାରୀଙ୍କ ଆକାଉଣ୍ଟକୁ ଖୁବ୍‌ଶୀଘ୍ର ଟଙ୍କା ପଠାଯିବ। ନୀତୀଶ କହିଛନ୍ତି, ମହିଳା ଉଦ୍ୟୋଗ ଆରମ୍ଭ କରିବାର ୬ ମାସ ପରେ ସମୀକ୍ଷା କରାଯାଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପାଣ୍ଠି ପ୍ରଦାନ କରାଯିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି। କେବଳ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଏହି ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ନୀତୀଶ ପୁଣିଥରେ କହିଛନ୍ତି ଯେ ସରକାର ଏହି ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟ ସହ ଯୋଡ଼ିବେ

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button