ଜାତୀୟ

ED Raids: କୋଲକାତା ପୁଲିସ ଡେପୁଟି କମିସନରଙ୍କ ଘରେ ଚଢ଼ଉ କଲା ଇଡି

କୋଲକାତା: ପଶ୍ଚିମବଙ୍ଗରେ ଜଣେ ଅଭିଯୁକ୍ତ ଅପରାଧୀ ଓ ତାଙ୍କ ସିଣ୍ଡିକେଟ୍ ବିରୋଧରେ ମନିଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର କୋଲକାତା ପୁଲିସର ଡେପୁଟି କମିସନର ଶାନ୍ତନୁ ସିହ୍ନା ବିଶ୍ୱାସ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିସରରେ ଚଢ଼ାଉ କରିଛି। ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ବିଶ୍ୱାସଙ୍କ ବାସଭବନ ସମେତ ଦୁଇଟି ସ୍ଥାନ ଓ ସନ୍ ଏଣ୍ଟରପ୍ରାଇଜ୍ ନାମକ ଏକ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଜୟ କାମଦାରଙ୍କ ସହ ଜଡିତ ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ହତ୍ୟା ଉଦ୍ୟମ ଓ ଚୋରା ଚାଲାଣ ଅଭିଯୋଗରେ ଏକାଧିକ ମାମଲାରେ ବିଶ୍ୱଜିତ ପୋଦ୍ଦାର ଓରଫ ସୋନା ପପ୍ପୁ ବିରୋଧରେ ଥିବା ମନିଲଣ୍ଡରିଂ ମାମଲା ସହ ଏହି କାର୍ଯ୍ୟାନୁଷ୍ଠାନ ଜଡିତ। ଫେଡେରାଲ୍ ଏଜେନ୍ସି ଏପ୍ରିଲ୍ ପହିଲାରେ ଏହି ମାମଲାରେ ପ୍ରଥମ ପର୍ଯ୍ୟାୟ ଚଢ଼ାଉ କରି ୧.୪୭ କୋଟି ଟଙ୍କା ନଗଦ ଜବତ କରିଥିଲା, ଯେଉଁଥିରେ ୬୭.୬୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଏବଂ ଏକ ଦେଶୀ ରିଭଲଭର ଜବତ କରାଯାଇଥିଲା।

ଦଙ୍ଗା, ହତ୍ୟା ଉଦ୍ୟମ, ଆପରାଧିକ ଷଡଯନ୍ତ୍ର ଓ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ଅଭିଯୋଗରେ ପୋଦ୍ଦ‌ାର ବିରୋଧରେ କୋଲକାତା ପୁଲିସ ଏଫ୍ଆଇଆର୍ ରୁଜୁ କରିଛି। ଏପ୍ରିଲ ୯ ତାରିଖରେ ଇଡି ଏକ ବିବୃତିରେ କହିଛି ଯେ ପୋଦ୍ଦାରଙ୍କ ସମେତ ଅଭିଯୁକ୍ତମାନେ ପଶ୍ଚିମବଙ୍ଗରେ ସଂଗଠିତ ଆପରାଧିକ ସିଣ୍ଡିକେଟ୍ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଏବଂ ଏହିପରି ଅପରେସନ ମାଧ୍ୟମରେ ବେଆଇନ ଭାବରେ ପାଣ୍ଠି ସଂଗ୍ରହ କରୁଥିଲେ। କୋଲକାତାର ଗୋଲପାର୍କ ନିକଟ କାଙ୍କୁଲିଆ ରୋଡ୍‌ରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପୋଦ୍ଦାର ଜଡ଼ିତ। ବର୍ତ୍ତମାନ ସେ ଫେରାର ଅଛି। ଇଡି ସମନ ଜାରି କରିଛି, କିନ୍ତୁ ସେ ଏପର୍ଯ୍ୟନ୍ତ ତଦନ୍ତରେ ଯୋଗଦେବାରେ ବିଫଳ ହୋଇଛି ବୋଲି ଏଜେନ୍ସି କହିଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button