ଅପରାଧଜାତୀୟ

Delhi Crime: ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ମୁଣ୍ଡକୁ ତାଓ୍ବାରେ ମାରି ହତ୍ୟା କଲା ବେକାର ସ୍ୱାମୀ,

ନୂଆଦିଲ୍ଲୀ:ଦିଲ୍ଲୀର ବାବା ହରିଦାସ ନଗର ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାମାନ୍ୟ କଥା କଟାକଟିକୁ ନେଇ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ନିଜେ ଥାନାରେ ପହଞ୍ଚି ନିଜର ଦୋଷ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଛି।

ଜୁଲାଇ ୫ ତାରିଖ ସକାଳେ ଦିନେଶ ପଟେଲ ନାମକ ଜଣେ ବ୍ୟକ୍ତି ବାବା ହରିଦାସ ନଗର ଥାନାରେ ପହଞ୍ଚିଥିଲେ। ସେ ସିଧାସଳଖ ଡ୍ୟୁଟି ଅଫିସରଙ୍କ ନିକଟକୁ ଯାଇ କହିଥିଲେ ଯେ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ମୃତଦେହ ଘରେ ପଡ଼ିଛି। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରୋଷେଇ ଘରେ ରଖାଯାଇଥିବା ଏକତାୱାସାହାଯ୍ୟରେ ଦିନେଶ ନିଜ ପତ୍ନୀ ସରିତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତ ଦିନେଶ ପଟେଲ ଜଣେ ଆଇଟି ପ୍ରଫେସନାଲ ହୋଇଥିଲେ ମଧ୍ୟ ଗତ ତିନି ମାସ ହେଲା ବେକାର ଥିଲେ। ସେ ‘ସିଜୋଫ୍ରେନିଆ’ (Schizophrenia) ନାମକ ଏକ ମାନସିକ ରୋଗରେ ପୀଡ଼ିତ ଥିବା କହିଛନ୍ତି। ଦିନେଶଙ୍କ ଅନୁଯାୟୀ, ୨୦୦୫ରେ ସରିତାଙ୍କ ସହ ତାଙ୍କ ବିବାହ ହୋଇଥିଲା ଏବଂ ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ନିକଟରେ ସରିତାଙ୍କ ପିତାମାତା ଘର ପାଖରେ ରହିବାକୁ ଆସିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ରବିବାର ସକାଳେ ଏହି ଝଗଡ଼ା ଉଗ୍ର ରୂପ ନେବାରୁ ଦିନେଶ ନିଜର ସନ୍ତୁଳନ ହରାଇ ବସିଥିଲେ।

ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ତୱାକୁ ଜବତ କରିଛି। ଅଭିଯୁକ୍ତ ଦିନେଶଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାଟି ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ମାନସିକ ଚାପ ଏବଂ କଳହ କିଭଳି କ୍ଷଣିକ କ୍ରୋଧରେ ଭୟଙ୍କର ଅପରାଧରେ ପରିଣତ ହୋଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button