Odia youth Returned Sudan ସୁଦାନରୁ ଓଡ଼ିଶା ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା
chief minister ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରୁ ଉଦ୍ଧାର ହୋଇଛନ୍ତି ଆଦର୍ଶ ବେହେରା। ସୁଦାନରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଦ୍ରୋହୀଙ୍କ ଦ୍ବାରା ଅପହରଣ ପରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣାର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ଜଗତସିଂହପୁର/ଭୁବନେଶ୍ବର: ହାଇଦ୍ରାବାଦରୁ ଭୁବନେଶ୍ବର ଆସିଲେ। ସୁଦାନରୁ ସୁରକ୍ଷିତ ଫେରିଲେ ଓଡ଼ିଶାର ଯୁବକ ଆଦର୍ଶ ବେହେରା। ସେ ଭୁବନେଶ୍ବରରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଁ ଆଜୀବନ କୃତଜ୍ଞ ରହିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ମୋତେ ସେନାର କର୍ମଚାରୀ ଭାବି ଅପହରଣ କରି ନିଆଯିବା ପରେ ପ୍ରଥମ ୪ ଦିନ ଜଙ୍ଗଲରେ ରଖାଯାଇଥିଲା। ପରେ ଦେଢ଼ ମାସ କାଳ ଜେଲରେ ରଖାଯାଇଥିଲା। ବଞ୍ଚିବି କି ନାହିଁ ତାହା ଜାଣିନଥିଲି। ଦିନେ ଖାଇଲେ ପର ଦିନ ଓପାସରେ ରହୁଥିଲି। ମୋତେ ମାରପିଟ କରୁଥିଲେ। କିନ୍ତୁ ଭାରତୀୟ ବୋଲି ଜାଣିବା ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା। ସେମାନଙ୍କ ଭିତରୁ କିଛି ଭଲ ଲୋକେ ମୋତେ ବହୁତ ସାହାଯ୍ୟ କରିଥିଲେ। ସେମାନଙ୍କ ମୋବାଇଲରୁ ମୁଁ ପରିବାର ସହ ଯୋଗାଯୋଗ କରିଥିଲି। ସେ ନିଜ ପୁଅକୁ ପାଖରେ ପାଇ କାନ୍ଦିପକାଇଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରୁ ଉଦ୍ଧାର ହେଲେ ଆଦର୍ଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରୁ ଉଦ୍ଧାର ହୋଇଛନ୍ତି ଆଦର୍ଶ ବେହେରା। ସୁଦାନରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଦ୍ରୋହୀଙ୍କ ଦ୍ବାରା ଅପହରଣ ପରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣାର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଆମ ସରକାର ଯଥେଷ୍ଟ ସମ୍ବେଦନଶୀଳ ଅଛନ୍ତି। ସରକାର ଏହାକୁ ଗୁରୁତ୍ବର ସହ ବିଚାର କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କଥାବାର୍ତ୍ତା କରାଯାଇଛି। ସୁଦାନରେ ଗୃହଯୁଦ୍ଧ ଚାଲିଥିବାରୁ ସୁରକ୍ଷିତ ଉଦ୍ଧାର କରି ଆଣିବା ଏକ ଚ୍ୟାଲେଞ୍ଜ। ଭାରତ ସରକାରଙ୍କ ନିକଟରେ ଆମର ଦାବି ରହିଛି। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ ଚାଲିଛି। ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବା ପାଇଁ ଆଲୋଚନା କରାଯାଉଛି ବୋଲି ଶ୍ରୀ ମାଝୀ କହିଥିଲେ।
ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ରାଜ୍ୟ ସରକାର
ଉଲ୍ଲେଖଯୋଗ୍ୟ ଯେ ସୁଦାନରେ ପଣବନ୍ଦୀ ଥିବା ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମରୁ ଏ ସଂପର୍କରେ ଜାଣିବା ପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ଏ ନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏହାସହ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ।
ସୌଜନ୍ୟ ସମ୍ବାଦ



