
ସାଉଦିରୁ ଫେରିଲା ଓଡ଼ିଆ ଯୁବକ ପ୍ରମୋଦ ସାହୁଙ୍କ ପାର୍ଥିବ ଶରୀର। ମୃତ୍ୟୁର ୯ ଦିନ ପରେ ଓଡ଼ିଶାରେ ପହଞ୍ଚିଲା ମରଶରୀର। ଫେବୃୟାରୀ ୧୩ରେ ସାଉଦି ଆରବରେ ହୃଦଘାତରେ ତାଙ୍କ ମୃତ୍ୟୁ ହେଇଥିଲା। କିନ୍ତୁ ଜନ୍ମମାଟିକୁ ଫେରି ପାରୁନଥିଲା।
ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସହାୟତା ପାଇଁ ଆବେଦନ କରିଥିଲେ ପ୍ରମୋଦଙ୍କ ପରିବାର। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇଥିଲା।
ବୈଦେଶିକ ମନ୍ତ୍ରଣାଳୟ ଓ ସାଉଦିରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ ପରେ ପ୍ରମୋଦଙ୍କ ଶରୀର ଓଡ଼ିଶାରେ ପହଞ୍ଚିଛି।କଟକ ସାଲେପୁରର କୁଳସମିତ ଗାଁର ୪୬ ବର୍ଷୀୟ ପ୍ରମୋଦ ସାହୁ ଦୀର୍ଘ ବର୍ଷ ଧରି ସାଉଦିର ଏକ କମ୍ପାନୀରେ ମେକାନିକାଲ୍ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ।




