Odisha Shutdown: ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଲା ପ୍ରଭାବ

ଭୁବନେଶ୍ବର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ। ଓଡିଶା ବନ୍ଦର ପ୍ରଭାବ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି | ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ଯୋଗୁଁ ଗଜପତି ଜିଲ୍ଲାରେ ପ୍ରଭାବ ପଡିଛି |

 

 

 

ସୌଜନ୍ୟ ସମ୍ବାଦ