ଓଡିଶାଜିଲ୍ଲା

Odisha Tourism: ନବରଂଗପୁରରେ ଲାଖ ସାମଗ୍ରୀ କିଣିଲେ ଇଟାଲୀୟ ପର୍ଯ୍ୟଟକ

ନବରଙ୍ଗପୁର ଜିଲ୍ଲାର ସର୍ବପ୍ରାଚୀନ ପ୍ରସିଦ୍ଧ ଲାଖ ହସ୍ତଶିଳ୍ପ କାରୁକାର୍ଯ୍ୟ ଦେଖିବା ପାଇଁ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକ ଆସିଥିଲେ। ଜିଲ୍ଲାର ପ୍ରସିଦ୍ଧ ଲାଖ ହସ୍ତଶିଳ୍ପ କାରୁକାର୍ଯ୍ୟ ଦେଖିବା ସହ କିପରି ରପ୍ତାନି କରାଯିବ ବୋଲି ପର୍ଯ୍ୟଟକମାନେ କହିଥିଲେ।

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ସର୍ବପ୍ରାଚୀନ ପ୍ରସିଦ୍ଧ ଲାଖ ହସ୍ତଶିଳ୍ପ କାରୁକାର୍ଯ୍ୟ ଦେଖିବା ପାଇଁ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକ ଆସିଥିଲେ। ଜିଲ୍ଲାର ପ୍ରସିଦ୍ଧ ଲାଖହସ୍ତଶିଳ୍ପ କାରୁକାର୍ଯ୍ୟ ଦେଖିବା ସହ କିପରି ରପ୍ତାନି କରାଯିବ ବୋଲି ପର୍ଯ୍ୟଟକମାନେ କହିଥିଲେ।

ଏହି ବିଲୁପ୍ତ ପ୍ରାୟ ଶିଳ୍ପ କିପରି ଖ୍ୟାତି ଲାଭ କରି  ବିଦେଶ ବଜାରରେ ମଧ୍ୟ ଏହି ଶିଳ୍ପର ପ୍ରଚାର ପ୍ରସାର ବହୁ ପରିମାଣରେ ଉପଲବ୍ଧ କରାଯିବ। ସେଥିପାଇଁ ପାଇଁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରାପ୍ତ ଲାଖଶିଳ୍ପୀ ପ୍ରଭାତୀ ପାତ୍ରଙ୍କ ସଙ୍ଖାରି ସାହି ସ୍ଥିତ ବାସଭବନକୁ ଦୁଇଜଣ ଇଟାଲୀୟ ପର୍ଯ୍ୟଟକଙ୍କ ସହ ପର୍ଯ୍ୟଟନ ପ୍ରତିନିଧି ପ୍ରଭାତ କୁମାର ଆସିଥିଲେ।

ଏଶିଳ୍ପୀ କାଳି ଚରଣ ପାତ୍ର, ବିଣାପାଣି ପାତ୍ର, ଆଶାରାଣୀ ପାତ୍ର ଏବଂ ମଙ୍ଗଳା ପ୍ରସାଦ ପାତ୍ରଙ୍କ ସାକ୍ଷାତ କରି ବହୁ ପରିମାଣର ଲାଖ ହସ୍ତଶିଳ୍ପର ବିଭିନ୍ନ ପ୍ରକାରର ସାମଗ୍ରୀ କ୍ରୟକରି ନେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button