ଦେଶ ବିଦେଶ

Om Birla : ବାଚସ୍ପତି ଓମ୍‌ ବିର୍ଲାଙ୍କ ନି‌ଷ୍ପତ୍ତି:ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନହେବା ପର୍ଯ୍ୟନ୍ତ ଗୃହକୁ ଆସିବେ ନାହିଁ

ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ ହଟାଇବା ପାଇଁ ବିରୋଧୀ ସାଂସଦମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନହେବା ପର୍ଯ୍ୟନ୍ତ ଗୃହକୁ ଆସିବେ ନାହିଁ।

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ ହଟାଇବା ପାଇଁ ବିରୋଧୀ ସାଂସଦମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କିମ୍ବା କୌଣସି ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସେ ଗୃହକୁ ଆସିବେ ନାହିଁ। ଯଦିଓ ନିୟମ ଅନୁଯାୟୀ ସେପରି କୌଣସି ବାଧ୍ୟବାଧକତା ନାହିଁ, ତଥାପି ବାଚସ୍ପତି ଗୃହକୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର କିମ୍ବା ବିରୋଧୀ ତାଙ୍କୁ ମନାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଉପସ୍ଥିତ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି

ମାର୍ଚ୍ଚ ୯ ତାରିଖରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗର ପ୍ରଥମ ଦିନରେ ବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି।ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୫୦ଜଣ ସାଂସଦଙ୍କୁ ହାତ ଉଠାଇ ସେମାନଙ୍କ ସମ୍ମତି ରଖିବାକୁ ପଡ଼ିବ। ଏହା ପରେ, ଅଧ୍ୟକ୍ଷ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଅନୁମତି ଦେଇପାରନ୍ତି । ସମ୍ବିଧାନର ଧାରା ୯୬(୧) ଅନୁଯାୟୀ, ବହିଷ୍କାର ପାଇଁ ଏକ ସଂକଳ୍ପ ବିଚାରାଧୀନ ଥିଲେ ଜଣେ ବାଚସ୍ପତି କୌଣସି ବୈଠକରେ ଅଧ୍ୟକ୍ଷତା କରିପାରିବେ ନାହିଁ। ତେବେ ବାଚସ୍ପତିଙ୍କର ପ୍ରକ୍ରିୟା ସମୟରେ ଅଂଶଗ୍ରହଣ କରିବାର ଏବଂ କହିବାର ଅଧିକାର ଅଛି । ବାଚସ୍ପତିଙ୍କ ପାର୍ଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରୁ ନିଜକୁ ରକ୍ଷା କରିବାର ସୁଯୋଗ ଉପଲବ୍ଧ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button