ବିଶେଷ

The skin felt dry: ତ୍ବଚା ଶୁଷ୍କ ଲାଗୁଥିଲେ

ତ୍ବଚାକୁ ଦୈନନ୍ଦିନ ତେଲ କିମ୍ବା ମସ୍‌ଚରାଇଜର୍‌ରେ ମାଲିସ୍‌ କରନ୍ତୁ। ପେଟ୍ରୋଲିଅମ୍ କିମ୍ବା କ୍ରିମ୍-ଆଧାରିତ ମସ୍‌ଚରାଇଜର୍‌ ବଜାରରେ ମିଳୁଥିବା ଲୋସନ୍ ଅପେକ୍ଷା ଭଲ। ଗାଧୋଇ ସାରିବା ପରେ ହିଁ ତୈଳ କିମ୍ବା ମସ୍‌ଚରାଇଜର୍‌ ଲଗାଇବା ଦ୍ବାରା ଚର୍ମ ନରମ ହୋଇଥାଏ।

ଶୀତ ଦିନରେ ଚର୍ମ ଶୁଷ୍କ ହେବା ଏକ ସାଧାରଣ କଥା। ସତର୍କତା ଦ୍ବାରା ଏହି ସମସ୍ୟା ଦୂର କରି ହେବ।

ତ୍ବଚାକୁ ଦୈନନ୍ଦିନ ତେଲ କିମ୍ବା ମସ୍‌ଚରାଇଜର୍‌ରେ ମାଲିସ୍‌ କରନ୍ତୁ। ପେଟ୍ରୋଲିଅମ୍ କିମ୍ବା କ୍ରିମ୍-ଆଧାରିତ ମସ୍‌ଚରାଇଜର୍‌ ବଜାରରେ ମିଳୁଥିବା ଲୋସନ୍ ଅପେକ୍ଷା ଭଲ। ଗାଧୋଇ ସାରିବା ପରେ ହିଁ ତୈଳ କିମ୍ବା ମସ୍‌ଚରାଇଜର୍‌ ଲଗାଇବା ଦ୍ବାରା ଚର୍ମ ନରମ ହୋଇଥାଏ।

ଶୀତ ଦିନେ ତ୍ବଚାକୁ କେବଳ ପାଣିରେ ଧୋଇପାରିବେ। ବାରମ୍ବାର ସାବୁନ୍‌, ବଡିୱାସ୍‌, ଫେସ୍‌ୱାସ୍‌ ଆଦି ପ୍ର‌‌ୟୋଗ କରିବା ଦ୍ବାରା ତ୍ବଚା ଅଧିକ ଶୁଷ୍କ ହୋଇଥାଏ।

ଶୀତ ଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇଥାନ୍ତି। ମାତ୍ର କୁଣ୍ଡିଆ ସମସ୍ୟା ଥିଲେ ଗରମ ପାଣିରେ ଗାଧୋଇବା ଅନୁଚିତ।

ପିଲାଦିନରୁ ଆମକୁ କୁହାଯାଇଛି ଯେ ପ୍ରଚୁର ପାଣି ପିଇବା ଦ୍ବାରା ଅନେକ ରୋଗକୁ ନିୟନ୍ତ୍ରଣ କରାଯାଇପାରେ। ବିଶେଷ କରି ଶୀତ ଦିନେ ଏହି କଥାଟିର ଗୁରୁତ୍ବ ଅଧିକ। ଶୀତ ଦିନେ ପେଟ ଗରମ ହୋଇ ବିଭିନ୍ନ ରୋଗ ହେଉଥିବାରୁ, ଏହି ଦିନେ ପାଣି ଅଧିକ ପିଇବା ଦ୍ବାରା ନିଜକୁ ସୁସ୍ଥ ରଖିପାରିବା।

ପ୍ରବଳ ଥଣ୍ଡା କାରଣରୁ ଅଧିକାଂଶ ଲୋକଙ୍କ ଓଠ ଫାଟି ରକ୍ତ ବାହାରିବା ପରି ପରିସ୍ଥିତି ଉପୁଜେ। ତାହାକୁ ରୋକିବା ପାଇଁ ଓଠରେ ଗୁଆ ଘିଅ, ନଡ଼ିଆ ତେଲ କିମ୍ବା ପେଟ୍ରୋଲିଅମ୍‌ ଜେଲି ପ୍ରୟୋଗ କରନ୍ତୁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button