ଦେଶ ବିଦେଶ

Pakistan to mediate between US and Iran: ଆମେରିକା-ଇରାନ ମଧ୍ୟରେ ମଧ୍ୟସ୍ଥତା କରିବ ପାକିସ୍ତାନ, ଇସଲାମାବାଦରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆମେରିକା-ଇରାନ ମଧ୍ୟରେ ମଧ୍ୟସ୍ଥତା କରିବ ପାକିସ୍ତାନ। ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଟ୍ରମ୍ପ ପ୍ରଶାସନର ବରିଷ୍ଠ ପ୍ରତିନିଧି ଓ ଇରାନ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି।

ଇସଲାମାବାଦ/ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତାକୁ ଶାନ୍ତ କରିବା ପାଇଁ ପାକିସ୍ତାନ ଏବେ ଏକ ”ମୁଖ୍ୟ ମଧ୍ୟସ୍ଥ” ଭାବରେ ଉଭା ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଟ୍ରମ୍ପ ପ୍ରଶାସନର ବରିଷ୍ଠ ପ୍ରତିନିଧି ଓ ଇରାନ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ପାକିସ୍ତାନ ସମେତ ତୁର୍କୀ ଓ ଇଜିପ୍ଟ ମଧ୍ୟ ଏହି ବ୍ୟାପକ ”ବ୍ୟାକ୍-ଚ୍ୟାନେଲ୍” କୂଟନୀତିରେ ସାମିଲ ହୋଇଛନ୍ତି।

ଆକ୍ରମଣ ଧମକକୁ ଟ୍ରମ୍ପ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିଛନ୍ତି

ରିପୋର୍ଟ ଅନୁଯାୟୀ, ଇରାନର ଏକ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବାକୁ ଦେଇଥିବା ଧମକକୁ ରାଷ୍ଟ୍ରପତି ଟ୍ରମ୍ପ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିଛନ୍ତି, ଯାହା କୂଟନୈତିକ ଆଲୋଚନା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଏହି ସମ୍ଭାବ୍ୟ ଆଲୋଚନାରେ ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟକଫ ଓ ଜାରେଡ୍ କୁଶନର ସାମିଲ ହେବାର ସମ୍ଭାବନା ରହିଛି। ଯଦିଓ ଇରାନ ବାହ୍ୟରୂପେ ସିଧାସଳଖ ଆଲୋଚନାକୁ ମନା କରୁଛି, ତଥାପି ପାକିସ୍ତାନ, ତୁର୍କୀ ଓ ଇଜିପ୍ଟ ମିଳିତ ଭାବେ ତେହେରାନକୁ ଆଲୋଚନା ଟେବୁଲକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button