ଦେଶ ବିଦେଶ

Pakistani woman: ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ସାମରିକ ସୂଚନା ଦେବା ଅଭିଯୋଗ : ଅବସରପ୍ରାପ୍ତ ସେନା କ୍ୟାପଟେନ୍‌ ଗିରଫ

ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ କ୍ୟାପଟେନ୍‌ ତାମିଲନାଡୁର ଭେଲ୍ଲୋରରୁ ଗିରଫ ହୋଇଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଜଣେ ମହିଳାଙ୍କୁ ଗୁପ୍ତ ସାମରିକ ସୂଚନା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ କ୍ୟାପଟେନ୍‌ ତାମିଲନାଡୁର ଭେଲ୍ଲୋରରୁ ଗିରଫ ହୋଇଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଜଣେ ମହିଳାଙ୍କୁ ଗୁପ୍ତ ସାମରିକ ସୂଚନା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କ ନାଁ ବାବୁ ପି। ତାଙ୍କ ବୟସ ୫୨ ବର୍ଷ। ପାକିସ୍ତାନର ଜଣେ ମହିଳାଙ୍କୁ ସେ ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ଦେଇଥିବା ଅଭିଯୋଗ ହୋଇଛି।

ବାବୁ ୨୮ ବର୍ଷ ଧରି ଭାରତୀୟ ସେନାର ବିଭିନ୍ନ ଡିଭିଜନ୍‌ରେ କାର୍ଯ୍ୟ କରିଥିଲେ। ଗତବର୍ଷ ଜଣେ ମହିଳା ନିଜକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ଏକ ପ୍ରକଳ୍ପରେ କାମ କରୁଥିବା ଦାବି କରି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବ୍ୟକ୍ତିଗତ ସ୍ତରକୁ ଯାଇଥିଲା। ବାବୁ ତାଙ୍କ ପାଖରେ ଥିବା ସମସ୍ତ ସୂଚନା ମହିଳାଙ୍କୁ ଦେଇଥିଲେ। ଏଥିସହ ମହିଳା ମାଗିଥିବା ଅନ୍ୟାନ୍ୟ ସୂଚନା ପାଇଁ ସେ ଅନ୍ୟ ସେନା ଅଧିକାରୀଙ୍କୁ ଫୋନ୍‌ କରି ତଥ୍ୟ ମାଗିଥିଲେ।

ତେବେ ଉକ୍ତ ମହିଳାଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀଙ୍କ ଦ୍ୱାରା ଦୁଇ ଦିନ ଧରି ଜେରା କରାଯିବା ପରେ ବାବୁଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୫୨ ଏବଂ ଅଫିସିଆଲ୍‌ ସିକ୍ରେଟ୍‌ସ ଆକ୍ଟ, ୧୯୨୩ର ଧାରା ୩(୧)(ସି) ଓ ୩(୧)(ଏ) ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଭେଲ୍ଲୋର କେନ୍ଦ୍ରୀୟ କାରାଗାରକୁ ରିମାଣ୍ଡରେ ପଠାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button