PM Modi Visit to South Africa: ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, G20 ସମ୍ମିଳନୀରେ ହେବେ ସାମିଲ…
୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଠାରୁ ୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଆଜି...

ନୂଆଦିଲ୍ଲୀ: ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀମୋଦୀ । ଆଜି ଠାରୁ ୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଆଜି ସକାଳେ ଗସ୍ତ କରିଛନ୍ତି ମୋଦୀ । ଜୋହାନ୍ସବର୍ଗରେ G20 ସମ୍ମିଳନୀରେ ଯୋଗଦେବା ପ୍ରଧାନମନ୍ତ୍ରୀ ଯାତ୍ରା ଆରମ୍ଭ କରିଥିବା ବେଳେ ଏହା ମୋଦୀଙ୍କର ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଗସ୍ତ ।
ନୂଆଦିଲ୍ଲୀ: ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀମୋଦୀ । ଆଜି ଠାରୁ ୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଆଜି ସକାଳେ ଗସ୍ତ କରିଛନ୍ତି ମୋଦୀ । ଜୋହାନ୍ସବର୍ଗରେ G20 ସମ୍ମିଳନୀରେ ଯୋଗଦେବା ପ୍ରଧାନମନ୍ତ୍ରୀ ଯାତ୍ରା ଆରମ୍ଭ କରିଥିବା ବେଳେ ଏହା ମୋଦୀଙ୍କର ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଗସ୍ତ । ପୂର୍ବରୁ ୨୦୧୬, ୨୦୧୮ ଏବଂ ୨୦୨୩ରେ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ । ୨୦ତମ ଶିଖର ସମ୍ମିଳନୀ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେଉଛି। ପ୍ରଥମ ଥର ପାଇଁ ଆଫ୍ରିକୀୟ ମହାଦେଶରେ ଶିଖର ସମ୍ମିଳନୀର ଆୟୋଜନ ହେଉଛି । ଏହାଦ୍ଵାରା ଆଫ୍ରିକା ଏବଂ ବିକାଶଶୀଳ ଦେଶଗୁଡ଼ିକ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଉପରେ ବିଶ୍ୱର ଧ୍ୟାନ ଆକର୍ଷଣ କରିବ।
ଟ୍ରମ୍ପ୍ ଯିବେ ଟି ?
ତେବେ ଚଳିତ ବର୍ଷ ଶିଖର ସମ୍ମିଳନୀ ସଂହତି, ସମାନତା, ସ୍ଥାୟୀତ୍ୱ’ ଥିମ୍ ଉପରେ ଆଧାରିତ। ଏହି ସମ୍ମିଳନୀରେ ଟ୍ରମ୍ପ ଯୋଗ ଦେବେ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଟାରିଫ ବୋମା ଫିଙ୍ଗି ସମସ୍ତଙ୍କ ଅସନ୍ତୋଷର ଶିକାର ହୋଇଥିବା ଟ୍ରମ୍ପଙ୍କ ଗସ୍ତକୁ ନେଇ ଦକ୍ଷିଣ ଆଫ୍ରିକା କହିଛି – କାହା ଆସିବା ନଆସିବା ଦେଇ ସମ୍ମିଳନୀ ଅଚକିଯିବନି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ।



