ଦେଶ ବିଦେଶ
Police: ଅକ୍ଟୋବର ୧ରୁ ଦିଲ୍ଲୀ ହୋମ୍ଗାର୍ଡର ଡିଜି ହେବେ ପୂର୍ବତନ ପୁଲିସ କମିସନର ସତୀଶ ଗୋଲଚା
ଦିଲ୍ଲୀର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ସତୀଶ ଗୋଲଚା ଅକ୍ଟୋବର ପହିଲାରୁ ଦିଲ୍ଲୀ ହୋମ୍ଗାର୍ଡର ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ବ ନେବେ। ଏନେଇ ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ସତୀଶ ଗୋଲଚା ଅକ୍ଟୋବର ପହିଲାରୁ ଦିଲ୍ଲୀ ହୋମ୍ଗାର୍ଡର ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ବ ନେବେ। ଏନେଇ ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି। ହୋମ୍ଗାର୍ଡର ବର୍ତ୍ତମାନର ଡିଜି ବୀରେନ୍ଦର ସିଂହଙ୍କ ଅବସରକୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି ଦିଆଯାଇଛି।
୧୯୯୨ ବ୍ୟାଚ୍ର ଏଜିଏମ୍ୟୁଟି କ୍ୟାଡରର ଆଇପିଏସ୍ ଅଧିକାରୀ ଗୋଲଚା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହୋମ୍ଗାର୍ଡ ନିର୍ଦ୍ଦେଶାଳୟରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ଏହି ବିଭାଗର ଡିଜି ଥିବା ୧୯୯୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବୀରେନ୍ଦର ସିଂହ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେବେ। ତାଙ୍କ ଅବସର ପରେ ଅକ୍ଟୋବର ପହିଲାରୁ ଗୋଲଚା ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବେ।
ସୌଜନ୍ୟ ସମ୍ବାଦ




