
ଭଦ୍ରକ: ଭଦ୍ରକରେ ଆଜି ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ବିଶାଳ କଳସ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମହାଯଜ୍ଞରେ ଯେଭଳି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ଭଦ୍ରକ ପୁଲିସ ପକ୍ଷରୁ ସହର ଭିତରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ୩୫ ପ୍ଲାଟୁନ ଫୋର୍ସକୁ ନେଇ ସହର ଭିତରେ ଆରମ୍ଭ ହୋଇଛି ଫ୍ଲାଗ ମାର୍ଚ୍ଚ । ଭଦ୍ରକ ଏସପି ମନୋଜ ରାଉତଙ୍କ ନେତୃତ୍ଵରେ ୨୫୦ ପୁଲିସ ଅଧିକାରୀ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।
ରାପିଡ ଆକ୍ସନ ଫୋର୍ସ ଓ ଦଙ୍ଗା ନିୟନ୍ତ୍ରଣ ଭ୍ୟାନ ସହର ଉପରେ ତୀକ୍ଷ୍ଣ ନଜର ରଖିଛି । ଆଜି ଦିନ ଗୋଟାଏ ବେଳେ ଭଦ୍ରକର ସାଳନ୍ଦୀ ଘାଟରୁ ବାହାରିବ କଳସ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହେବେ ଲକ୍ଷାଧିକ ଭକ୍ତ । ଏହି କଳସ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରିବା ପରେ ଗାନ୍ଧୀ ପଡିଆ ସ୍ଥିତ ଶ୍ରୀ ରାମ ନବମୀ ମହାଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯିବ | ସନ୍ଧ୍ୟାରେ ମହାଯଜ୍ଞର ଶୁଭାରମ୍ଭ କରାଯିବ । ଏଥିପାଇଁ ଆଜିଠାରୁ ଭଦ୍ରକରେ ବିଭିନ୍ନ ରାଜ୍ୟରୁ ବହୁ ସାଧୁସନ୍ଥ ପହଞ୍ଚିଛନ୍ତି ।
ସୌଜନ୍ୟ ସମ୍ବାଦ




