ମନୋରଞ୍ଜନ

Prakash Raj Post: ମାଆଙ୍କ ଅନ୍ତିମ ସଂସ୍କାରକୁ ନେଇ ଟ୍ରୋଲ ହେଲେ ପ୍ରକାଶ ରାଜ, ୟୁଜର୍ସ ଦେଲେ କଡା ଜବାବ୍

ପ୍ରକାଶ ରାଜଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଜଣେ ନାସ୍ତିକ ହେବା ସତ୍ତ୍ୱେ, ସେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାଙ୍କ ମାଆଙ୍କ ଶେଷକୃତ୍ୟ କରିଥିଲେ। ଏହି ସମୟରେ, ପ୍ରକାଶ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି।

ନୂଆଦିଲ୍ଲୀ ୦୩।୦୪: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଗତ ୨୯ ତାରିଖରେ ତାଙ୍କ ମାଆ ସୁବର୍ଣ୍ଣଲତାଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଖ୍ରୀଷ୍ଟିଆନ୍ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଯାହାକୁ ନେଇ ଏକ ପୁରୁଣା ଭିଡିଓକୁ ଯୋଡ଼ି ସୋସିଆଲ ମିଡିଆରେ ପ୍ରକାଶ ରାଜଙ୍କୁ ଟ୍ରୋଲ କରାଯାଉଛି । ସେ ନିଜ ନାସ୍ତିକ ବୋଲି କହୁଥିବା ଏବଂ ଭଗବାନଙ୍କ ଉପରେ ବିଶ୍ବାସ କରୁନଥିବା କଥା କହିଥିଲେ । ଯାହାକୁ ନେଇ ଟ୍ରୋଲ କରାଯାଉଥିବାବେଳେ ଏହାର ଜବାବ ରଖିଛନ୍ତି ଏହି ଭେଟେରାନ ଅଭିନେତା ।

ପ୍ରକାଶ ରାଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, ହଁ ମୁଁ ଭଗବାନଙ୍କୁ ବିଶ୍ବାସ କରେ ନାହିଁ । କିନ୍ତୁ ମୋ ତାଙ୍କ ଭଗବାନଙ୍କୁ ମାନୁଥିଲେ। ତାଙ୍କ ବିଶ୍ବାସ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଛି । ଆମେ ପରସ୍ପରକୁ ଦେଉଥିବା ସମ୍ମାନ ଅନୁସାରେ ମାଆଙ୍କ ସମାଧି ଦିଆଯାଇଛି । କିନ୍ତୁ ଯେଉଁମାନେ ଘୃଣାକୁ ପ୍ରଚାର କରୁଛନ୍ତି ସେମାନେ କଣ ଏହାକୁ ବୁଝି ପାରିବେ କି ? ଏଭଳି କହି ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି ପ୍ରକାଶ ରାଜ ।

ଗତ ୩୦ ତାରିଖରେ ନିଜ ମାଆଙ୍କ ଅନ୍ତିମ ସଂସ୍କାର ଖ୍ରୀଷ୍ଟିଆନ ରୀତି ନୀତି ଅନୁସାରେ କରିଛନ୍ତି ପ୍ରକାଶ ରାଜ୍ । କିନ୍ତୁ ନିଜକୁ ସେ ନାସ୍ତିକ କହୁଥିବାବେଳେ କିଭଳି ଏକ ଧର୍ମକୁ ବିଶ୍ବାସ କଲେ ଏହାକୁ ନେଇ ଏକ ପୁରୁଣା ଭିଡିଓ ସହ ଟ୍ରୋଲ କରାଯାଉଛି । ସେ ଏକ ପୁରୁଣା ଭିଡିଓରେ କହିଥିଲେ କି, ମୁଁ ଠାକୁରଙ୍କୁ ବିଶ୍ବାସ କରେ ନାହିଁ । ମୋ ପାଖରେ ସମୟ ନାହିଁ ଇଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ପାଇଁ ଯଥେଷ୍ଟ ସମୟ ଲାଗିଥାଏ । ମୁଁ ଏହି ଦୁନିଆରେ କେବଳ ମଣିଷମାନଙ୍କ ସହ ବଞ୍ଚେ ।

ସେପଟେ ପ୍ରକାଶ ରାଜଙ୍କ ପୋଷ୍ଟ ପରେ ୟୁଜର୍ସମାନେ ପ୍ରଶ୍ନ ଉଠାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ତୁମେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଅନ୍ତିମ ସଂସ୍କାର କଲ ତାହେଲେ ଗୋଟିଏ ଧର୍ମକୁ ବିଶ୍ବାସ କରୁଛ । କିନ୍ତୁ ଏତେ ବର୍ଷ ଧରି ହିନ୍ଦୁ ଦେବତାଙ୍କୁ କାହିଁକି ଉପହାସ କରୁଛ ଏବଂ ଅନ୍ଧବିଶ୍ବାସ ବୋଲି କହୁଛ । ଯଦି ତୁମେ ତୁମ ମାଆଙ୍କ ବିଶ୍ବାସ ଉପରେ ବିଶ୍ବାସ ରଖିଛ ସେମିତି ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଭଗବାନଙ୍କ ଉପରେ ବିଶ୍ବାସ ରଖିଛନ୍ତି ।

 

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button