ଦେଶ ବିଦେଶ

President of Iran: ଆମେରିକା ଲୋକଙ୍କ ପାଇଁ ଖୋଲା ଚିଠି ଲେଖିଲେ ଇରାନ ରାଷ୍ଟ୍ରପତି

ମଧ୍ୟପ୍ରାଚ୍ୟ ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବାର କିଛି ଘଣ୍ଟା ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆମେରିକା ଲୋକମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଜାରି କରିଛନ୍ତି।

ତେହେରାନ: ମଧ୍ୟପ୍ରାଚ୍ୟ ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବାର କିଛି ଘଣ୍ଟା ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆମେରିକା ଲୋକମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଜାରି କରିଛନ୍ତି। ଚିଠିରେ ସେ ବିଶ୍ୱରେ ତେହେରାନକୁ ପ୍ରାୟତଃ କିପରି ଚିତ୍ରିତ କରାଯାଉଛି, କିନ୍ତୁ ବାସ୍ତବତା କ’ଣ ତାହା ଉପରେ ଲେଖଛନ୍ତି।

ଏହି ବାର୍ତ୍ତାରେ ସେ ଇରାନ ଅନ୍ୟ ଦେଶ ପାଇଁ ବିପଦ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପେଜେସ୍କିଆନ ଯୁକ୍ତି ଦେଇଥିଲେ ଯେ, ଏପରି ଦାବି ଐତିହାସିକ ବାସ୍ତବତା ସହିତ ମେଳ ଖାଉନାହିଁ। ସେ ଇରାନକୁ ବିଶ୍ୱର ସବୁଠାରୁ ପୁରୁଣା ନିରନ୍ତର ସଭ୍ୟତା ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ତାଙ୍କ ଦେଶ ଆଧୁନିକ ଇତିହାସରେ ଆକ୍ରମଣ କିମ୍ବା ବିସ୍ତାର ଅନୁସରଣ କରିନାହିଁ, ବରଂ ଯେବେ ଆକ୍ରମଣ ହୋଇଛି ନିଜର ପ୍ରତିରକ୍ଷା କରିଛି। ଇରାନ ରାଷ୍ଟ୍ରପତି କହିଛନ୍ତି, ତାଙ୍କ ଦେଶ ୱାସିଂଟନ ଉପରେ ବିଶ୍ବାସ ନକରିବା ନେଇ ଅନେକ କାରଣ ରହିଛି। ଏଥିରେ ବିଦେଶୀ ହସ୍ତକ୍ଷେପ ଏବଂ ଅମାନବୀୟ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button