ଜାତୀୟ

Prince Borewell Incident: କିପରି ଅଛନ୍ତି ପ୍ରିନ୍ସ ଯିଏକି ୨୦ବର୍ଷ ପୂର୍ବେ ଗଭୀର ବୋରୱେଲରୁ ହୋଇଥିଲେ ଉଦ୍ଧାର

ନୂଆଦିଲ୍ଲୀ: କୋଡ଼ିଏ ବର୍ଷ ପୂର୍ବେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ହଲଦିହେଡି ଗାଁରେ ପ୍ରିନ୍ସ ନାମକ ଜଣେ ୪ ବର୍ଷର ବାଳକ ଖେଳୁଥିବା ସମୟରେ ଏକ ଖୋଲା ବୋରୱେଲରେ ପଡ଼ିଯାଇଥିଲା। ଦୀର୍ଘ ୫୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଅର୍ଥାତ ଅଢ଼େଇ ଦିନ ପରେ ବାଳକକୁ ୧୦୦ ଫୁଟ ଗଭୀର ବୋରୱେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୨୦ ବର୍ଷ ପୂର୍ବେ ୧୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଥିବା ସେହି ପ୍ରିନ୍ସଙ୍କୁ ଦେଖିବାକୁ ମିଳୁଛି। ଯିଏକି ଏବେ ୨୪ ବର୍ଷ ବୟସରେ ପ୍ରଦାର୍ପଣ କରିସାରିଛନ୍ତି। ଭିଡିଓଟି ଦେଖିଲେ ବିଶ୍ୱାସ ହେଉ ନାହିଁ କି ଦେଖୁ ଦେଖୁ ୟା ଭିତରେ  ୨୦ ବର୍ଷ ବିତିଗଲାଣି। ସେ ୪ବର୍ଷର ପ୍ରିନ୍ସ ଏବେ ବଡ଼ ହୋଇଗଲେଣି।
ଭିଡିଓରେ, କୁରୁକ୍ଷେତ୍ରର ସାଂସଦ ନବୀନ ଜିନ୍ଦଲ ପ୍ରିନ୍ସଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି।

ଭିଡିଓରେ ପ୍ରିନ୍ସ କହିଛନ୍ତି, ‘ମୁଁ ଇତି ମଧ୍ୟରେ ଆଇଟିଆଇ ସମାପ୍ତ କରି ଆଗକୁ ପାଠପଢ଼ା ଜାରି ରଖିଛି। ଆଗାମୀ ଦିନରେ ଭଲ ଚାକିରି କରିବାର ଆଶା ରଖିଛି। ମୋ ଦିନମଜୁରିଆ ବାପା ଖୁବ କଷ୍ଟ କରି ମୋତେ ପାଠପଢ଼ାଉଛନ୍ତି ତାଙ୍କର ସବୁ ସ୍ବପ୍ନକୁ ପୁରଣ କରିବାକୁ ମୁଁ ମୋର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବି।’

 

ସୌଜନ୍ୟ ସମ୍ବାଦ

Show More
Back to top button