ପୁନଶ୍ଚ ପୃଥିବୀ

protecting nature: ପ୍ରକୃତି ରକ୍ଷା ଅପେକ୍ଷା ନଷ୍ଟରେ ଖର୍ଚ୍ଚ ଅଧିକ!

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ‘ଷ୍ଟେଟ୍ ଅଫ୍ ଫାଇନାନ୍‌ସ ଫର୍ ନେଚର ୨୦୨୬’ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ପରିବେଶକୁ ଗମ୍ଭୀର ଭାବେ ପ୍ରଭାବିତ କରିବା ଭଳି କାର୍ଯ୍ୟରେ ବୈଶ୍ୱିକ ନିବେଶର ପରିମାଣ ୭.୩ ଟ୍ରିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି।

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ‘ଷ୍ଟେଟ୍ ଅଫ୍ ଫାଇନାନ୍‌ସ ଫର୍ ନେଚର ୨୦୨୬’ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ପରିବେଶକୁ ଗମ୍ଭୀର ଭାବେ ପ୍ରଭାବିତ କରିବା ଭଳି କାର୍ଯ୍ୟରେ ବୈଶ୍ୱିକ ନିବେଶର ପରିମାଣ ୭.୩ ଟ୍ରିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଛି। କେଉଁ କ୍ଷେତ୍ରରେ କେତେ ଅର୍ଥ ବିନିଯୋଗ ହୋଇଛି ସେଥିରୁ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଏ। ସର୍ବାଧିକ ନିବେଶ ଆକୃଷ୍ଟ କରିଥିବା କ୍ଷେତ୍ର ହେଉଛି ଶିଳ୍ପ, ଯେଉଁଥିରେ ୧.୩୮ ଟ୍ରିଲିଅନ ଡଲାରର ପ୍ରକୃତି-ବିରୋଧୀ ନିବେଶ ହୋଇଛି। ଏହା ପଛକୁ ଯଥାକ୍ରମେ ଜୀବାଶ୍ମ ଇନ୍ଧନ (୧.୧୩ ଟ୍ରିଲିଅନ ଡଲାର), ବିଜୁଳି ଶକ୍ତି (୭.୯ ଟ୍ରିଲିଅନ ଡଲାର), ରାସାୟନିକ-ଧାତୁ-ନିର୍ମାଣ ସାମଗ୍ରୀ (୦.୭୪ ଟ୍ରିଲିଅନ ଡଲାର), ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ (୦.୪୩ ଟ୍ରିଲିଅନ ଡଲାର), ସାର ସବ୍‌ସିଡି (୦.୪୧ ଟ୍ରିଲିଅନ ଡଲାର) ଅଛନ୍ତି, ଯାହା ଦ୍ବାରା ଜଳବାୟୁକୁ କ୍ଷତି ପହଞ୍ଚିଥାଏ।

ଅପରପକ୍ଷେ ଜଙ୍ଗଲ ସୁରକ୍ଷା, ପରିସଂସ୍ଥା ପୁନରୁଦ୍ଧାର, ମାଟି ଏବଂ ଜଳ ସମ୍ପଦକୁ ସୁଦୃଢ଼ କରିବା ଭଳି ପ୍ରକୃତି ଆଧାରିତ ସମାଧାନ ପାଇଁ ନିବେଶର ପରିମାଣ ମାତ୍ର ୨୨୦ ବିଲିୟନ ଡଲାର। ଏଥିରୁ ସ୍ପଷ୍ଟ ଯେ ସ‌ାରା ବିଶ୍ବରେ ପ୍ରକୃତିକୁ ରକ୍ଷା କରିବା ପାଇଁ ୧ ଡଲାର୍‌ ଖର୍ଚ୍ଚ ହେଉଥିବା ବେଳେ ଏହାକୁ ନଷ୍ଟ କରିବା ପାଇଁ ପ୍ରାୟ ୩୩ ଡଲାର୍‌ ଖର୍ଚ୍ଚ ହେଉଛି। ଫଳସ୍ବରୂପ ଆଜି ସାରା ବିଶ୍ୱରେ ଟଙ୍କାର ପ୍ରବାହ ଜଳବାୟୁ ସଙ୍କଟକୁ ଆହୁରି ତୀବ୍ର କରୁଛି। ଏଥିପାଇଁ ଭାରତ ମଧ୍ୟ ଏହାର ମୂଲ୍ୟ ଦେଉଛି। ହିମାଳୟରୁ ଜାମ୍ମୁକାଶ୍ମୀର ଏବଂ ତାମିଲନାଡୁର ଦକ୍ଷିଣ ଉପକୂଳ ପର୍ଯ୍ୟନ୍ତ, ଚରମ ପାଣିପାଗ ଦେଶର ସବୁ ଅଂଶକୁ ସ୍ପର୍ଶ କରିସାରିଛି। ଯଦି ବିଶ୍ୱର ଆର୍ଥିକ ନିବେଶର ଦିଗ ନ ବଦଳେ, ତେବେ ସବୁଠାରୁ କମ୍ ଦାୟୀ ଦେଶମାନେ ସର୍ବାଧିକ ପରିବେଶଗତ କ୍ଷତି ସହିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button