ମନୋରଞ୍ଜନ

Marriage: ତିନିଟି ବିବାହରେ ୧୭ ବର୍ଷ ବରବାଦ

ହିନ୍ଦୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ଦକ୍ଷିଣ ଭାରତୀୟ ମନୋରଂଜନ ଶିଳ୍ପରେ ନାଁ କରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ମୀରା ବାସୁଦେବନ୍‌। ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ତାଙ୍କ ପେସାଦାର ଜୀବନ ଖୁବ୍ ସୁରୁଖୁରୁରେ ଚାଲିଛି, କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ବହୁତ କଷ୍ଟ ସହିଛନ୍ତି। ଏବେ ସେ ପଛକୁ ଚାହିଁ ଦେଖିଲା ବେଳକୁ ପଶ୍ଚାତ୍ତାପ କରୁଛନ୍ତି। ୪୪ ବର୍ଷୀୟା ମୀରା ଏକ ସାକ୍ଷାତ୍‌କାରରେ କହିଛନ୍ତି, “ମୁଁ ଚାହିଥିଲେ ନିଜ ଜୀବନରେ ଆହୁରି କେତେ କ’ଣ କରିପାରନ୍ତି। ମୋ ପିତାମାତା ଓ ଭଉଣୀ ସହ ଅଧିକ ସମୟ କାଟିପାରନ୍ତି। କିନ୍ତୁ ସେ ସମୟକୁ ମୁଁ ଏଭଳି ଲୋକଙ୍କ ଲାଗି ନଷ୍ଟ କରିଦେଲି ଯେଉଁମାନେ ମୋତେ ହାଲୁକାରେ ନେଉଥିଲେ ଏବଂ ଅସମ୍ମାନ କରୁଥିଲେ।’’ ନିଜର ତିନି ତିନିଟି ବିବାହ ଛାଡ଼ପତ୍ରରେ ସମାପ୍ତ ହେବା ପରେ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ସେ।

ସୌଜନ୍ୟ ସମ୍ବାଦ

Show More
Back to top button