Protest: ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଠେଲିଦେଇଥିବା ଅଭିଯୋଗ, କଂଗ୍ରେସର ଖଣ୍ଡନ
ଦିଲ୍ଲୀରେ ବିରୋଧୀ ଦଳଙ୍କ ପଦଯାତ୍ରା ସମୟରେ ଜଣେ ତିନି ମାସର ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧୀ ଠେଲିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୋମବାର ସୁପ୍ରିମ୍କୋର୍ଟ ପରିସର ନିକଟରେ ଘଟିଥିବା ଅଭିଯୋଗକାରୀ ସାମ୍ବାଦିକା ରିଚା ପରାଶର...

ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧୀ ଦଳଙ୍କ ପଦଯାତ୍ରା ସମୟରେ ଜଣେ ତିନି ମାସର ଗର୍ଭବତୀ ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧୀ ଠେଲିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୋମବାର ସୁପ୍ରିମ୍କୋର୍ଟ ପରିସର ନିକଟରେ ଘଟିଥିବା ଅଭିଯୋଗକାରୀ ସାମ୍ବାଦିକା ରିଚା ପରାଶର କହିଛନ୍ତି। ସେ ଅନ୍ଲାଇନ୍ ନ୍ୟୁଜ୍ ସଂସ୍ଥା ‘ୱାନ୍ଇଣ୍ଡିଆ’ରେ କାମ କରନ୍ତି। ଘଟଣା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଭାଇରାଲ୍ ଭିଡିଓରେ ରାହୁଲ ତାଙ୍କୁ ଠେଲିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁ ନଥିବା କଂଗ୍ରେସ କହିଛି।
ରିଚାଙ୍କ କହିବା ଅନୁସାରେ, ସୋମବାର ବିରୋଧୀ ଦଳର ପଦଯାତ୍ରା ଶେଷ ହେବା ପରେ ସେ ସୁପ୍ରିମ୍କୋର୍ଟ ପରିସରର ଏକ ଫାଟକ ନିକଟରେ ରାହୁଲଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ। ସେ ମାଇକ୍ ଆଗକୁ ବଢ଼ାଇବାରୁ ରାହୁଲ ତାଙ୍କୁ ହଟାଇବାକୁ ସଙ୍କେତ ଦେଇଥିଲେ। ସେ ମାଇକ୍ ପଛକୁ ନେବା ପରେ ପୁଣି ଅନ୍ୟ ସାମ୍ବାଦିକଙ୍କ ମାଇକ୍ ଆଗକୁ ବଢ଼ିବାରୁ ସେ ନିଜ କାମ କରିବାକୁ ମାଇକ୍ ଆଗକୁ ନେଇଥିଲେ। ଏହି ସମୟରେ ରାହୁଲ ତାଙ୍କ ହାତ ଧରି ଜୋର୍ରେ ଟାଣି ଦେଇଥିବା ଏବଂ ସୁରକ୍ଷାକର୍ମୀ ତାଙ୍କୁ ଠେଲିଦେବାରୁ ସେ ପାହାଚ ଉପରେ ପଡ଼ିଯାଇଥିବା ରିଚା ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ




