ଜାତୀୟ

Public Banks: ଋଣ ପ୍ରଦାନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ବି ଆଗୁଆ

ଭାରତରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଘରୋଇ କର୍ପୋରେଟ୍‌ ବ୍ୟାଙ୍କଗୁଡ଼ିକର ପ୍ରବେଶ ସତ୍ତ୍ବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନରେ ଅଧିକ ବଜାର ଭାଗ ଦଖଲ କରି ରଖିଛନ୍ତି।

ନୂଆଦିଲ୍ଲୀ: ଭାରତରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଘରୋଇ କର୍ପୋରେଟ୍‌ ବ୍ୟାଙ୍କଗୁଡ଼ିକର ପ୍ରବେଶ ସତ୍ତ୍ବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନରେ ଅଧିକ ବଜାର ଭାଗ ଦଖଲ କରି ରଖିଛନ୍ତି। ଚଳିତ ଆର୍ଥିକ ବର୍ଷର ତୃତୀୟ ତିନି ମାସରେ ଋଣ ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅଭିବୃଦ୍ଧି ହାର ଘରୋଇ ବ୍ୟାଙ୍କ ତୁଳନାରେ ଅଧିକ ରହିଛି।

୧୭ରୁ ୨୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ

ଏହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଋଣ ପ୍ରଦାନରେ ୧୭ରୁ ୨୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ପାରିଛନ୍ତି। ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନରେ ଅଭିବୃଦ୍ଧି ହାର ଏହି ସମୟରେ ମାତ୍ର ୧୧ରୁ ୧୬ ପ୍ରତିଶତ ମଧ୍ୟରେ ରହିଛି। ଏହି ସମୟରେ ଋଣ ପ୍ରଦାନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ବଜାର ଭାଗ ୫୪.୪ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୫୩.୧୧ ପ୍ରତିଶତ ଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button