ରାଜ୍ୟ
Puri Jagannath: ରତ୍ନଭଣ୍ଡାର ଗଣତିମଣତିର ପରବର୍ତ୍ତୀ ପର୍ଯ୍ୟାୟ କେବେ ଆରମ୍ଭ ହେବ ଜଣାଇ ଦିଆଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଗତକାଲି ଭଳି ଆଜି ୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ଦୀର୍ଘ ୮ଘଣ୍ଟା ୨୩ ମିନିଟ୍ ଧରି ଚାଲିଥିବା ଏହି ଗଣତିରେ ହୀରା, ନୀଳା, ମୋତି, ମାଣିକ୍ୟ ପ୍ରଭୃତି ମୂଲ୍ୟବାନ ରତ୍ନ ୧୯୭୮ ତାଲିକା ଅନୂଯାୟୀ ସମ୍ପୂର୍ଣ୍ଣ ମେଳକ ହୋଇଛି।

ପୁରୀ: ଗତକାଲି ଭଳି ଆଜି ୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ଦୀର୍ଘ ୮ଘଣ୍ଟା ୨୩ ମିନିଟ୍ ଧରି ଚାଲିଥିବା ଏହି ଗଣତିରେ ହୀରା, ନୀଳା, ମୋତି, ମାଣିକ୍ୟ ପ୍ରଭୃତି ମୂଲ୍ୟବାନ ରତ୍ନ ୧୯୭୮ ତାଲିକା ଅନୂଯାୟୀ ସମ୍ପୂର୍ଣ୍ଣ ମେଳକ ହୋଇଛି। ମହାପ୍ରଭୂଙ୍କୁ କୃପାରୁ ଏହା ଅତ୍ୟନ୍ତ ସ୍ବଚ୍ଛତାସହ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ କେବେ ଆରମ୍ଭ ହେବ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ସୌଜନ୍ୟ ସମ୍ବାଦ




