ଦେଶ ବିଦେଶ

Rahul Gandhi : ଭାଇ ବନାମ ଭାଇ: ତେହସିନ୍‌ଙ୍କୁ ଶେହଜାଦ୍‌ଙ୍କ ଟାର୍ଗେଟ୍‌, ରାହୁଲଙ୍କୁ ନେଇ ପ୍ରଶ୍ନ

ରାଜନୈତିକ ମତପାର୍ଥକ୍ୟ ପାଇଁ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପୁନାୱାଲ୍ଲା ଭାଇ ତେହସିନ୍‌ ଓ ଶେହଜାଦ୍‌ଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାକଯୁଦ୍ଧ।

ନୂଆଦିଲ୍ଲୀ: ରାଜନୈତିକ ମତପାର୍ଥକ୍ୟ ପାଇଁ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପୁନାୱାଲ୍ଲା ଭାଇ ତେହସିନ୍‌ ଓ ଶେହଜାଦ୍‌ଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାକଯୁଦ୍ଧ। ତେହସିନ୍‌ କେନ୍ଦ୍ର ସରକାରଙ୍କ ଚିନି ନୀତି ଓ ଇଥାନଲ୍‌ ମିଶ୍ରିତ ଇ-୨୦ ପେଟ୍ରୋଲ୍‌କୁ ନେଇ ପ୍ରଶ୍ନ ଉଠାଇବା ପରେ ଶେହଜାଦ୍‌ ତାଙ୍କୁ ଟାର୍ଗେଟ୍‌ କରିବା ସହକଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ରାହୁଲ ଜଣେ ବୁଥ୍‌ସ୍ତରୀୟ ନେତା ହେବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି ବୋଲି ଶେହଜାଦ୍‌ କହିଛନ୍ତି।
ଚିନି ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ତେହସିନ୍‌ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁ ବ୍ୟବହାର ଯୋଗୁ ଚିନି ଦର ବଢ଼ିନାହିଁ ବୋଲି ସରକାର କହିଛନ୍ତି। କମ୍‌ ଚିନି ଉତ୍ପାଦନ, ପର୍ବପର୍ବାଣି ପୂର୍ବରୁ ଚାହିଦା ବୃଦ୍ଧି, ପାଣିପାଗଜନିତ ଫସଲ କ୍ଷତି ଓ କେତେକ ବ୍ୟବସାୟୀଙ୍କ ମହଜୁଦ ରଖିବା ଯୋଗୁ ଦର ବଢ଼ିଥିବା ସରକାର କହିଛନ୍ତି। ଏହା ସହ ଚିନି ଆମଦାନି ପାଇଁ ମଧ୍ୟ ଅନୁମତି ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button