ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଆଜକୁ ୩୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ବନ୍ୟାର ପ୍ରକୋପ କମି ଥିବା ବେକେ ଗତ ଦୁଇ ଦିନ ହେଲା ପୁଣି ଆରମ୍ଭ ହୋଇଛି ଅନବରତ ବର୍ଷା। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଦୁଇଦିନର ବର୍ଷାରେ ପୁଣି ଦୁଃଖ ଭୋଗୁଛନ୍ତି ବନ୍ୟା ବିପନ୍ନ ଲୋକେ। ଏକ ମାସରୁ ଅଧିକ ସମୟ ପର ଘରେ ରିଲିଫ କେନ୍ଦ୍ରରେ ତ ଯେଉଁ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜି ଥିଲେ ଆଇ କିଛି ଲୋକ ରାସ୍ତା ଉପରେ ପଲିଥିନ ଟାଣି ଜୀବନ ବିତାଇ ଥିଲେ।
ବହୁ କଷ୍ଟରେ ନିଜର ଭଙ୍ଗା କୁଫିଆକୁ ଫେରିଥିବା ବେଳେ ପୁଣି ଦୁଇଦିନର ବର୍ଷା ସେମାନଙ୍କୁ ଦୁଃଖ ଦେଉଛି। ଲଗାଣ ବର୍ଷା ଯୋଗୁଁ ବିପନ୍ନ ଲୋକ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଜିଲ୍ଲାର ଅର୍ଣୋପାଲ, ରଜୁଆକିବିନ୍ଧା, ତିହିଡି ବ୍ଳକର ତଳ ଗୋପବିନ୍ଧା ପଞ୍ଚାୟତ କଟନଗରରେ କିଛି ଗରିବ ଲୋକଙ୍କ ଦୁଃଖ ମାଡ଼ି ଆସୁଛି। ସେମାନଙ୍କ ବନ୍ୟାରେ ବୁଡ଼ି ଯାଇଥିଲା। କାନ୍ଥ ପଡ଼ି ଯାଇଥିଲା। ସେମାନେ ଏବେ ପାଣି କମିବା ପରେ ସେହି ଘରକୁ ଯାଉଥିଲେ। ଏବେ ଦୁଇ ଦିନର ବର୍ଷାରେ ପୁଣି ଘରେ କାଦୁଆ ପଚ ପଚ୍ ହେଉଛି। ଏହି ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। କେବଳ ଘରେ ରହିବା ସମସ୍ୟା ସୃଷ୍ଠି ଜାତି ନାହିଁ। ଚାଷଜମିରେ ବନ୍ୟା ପାଣି ଜମିଥିଲା ଲୋକେ ଚାଷ ପାଇଁ ଆଗେଇ ଥିବା ବେକେ ଦୁଇ ଦିନର ବର୍ଷା ଜଳ ପୁଣି ବିଲକୁ ବୁଡ଼ାଇ ଦେଇଛି। ସାଳନ୍ଦୀ ଓ ନଳିଆ ନଦୀର ବନ୍ୟା ଜଳରେ ଏହି ଆଞ୍ଚରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବ ବେକେ ବର୍ଷା ପୁଣି ଏମାନଙ୍କୁ କନ୍ଦାଇଛି। ଏହି ଅଞ୍ଚଳରେ ବନ୍ୟା ଗତ ଏକ ମାସ ହେଲାଣି ଲୋକଙ୍କୁ ଜଳବନ୍ଦୀ ରେ ରଖିବା ପରେ ଏବେ ପୁଣି ବର୍ଷା ଆହୁରି କନ୍ଦାଉଛି।
ଚଳିତ ବର୍ଷର ବନ୍ୟା ଚାଷ ନେଲା। ବର୍ଷକର ଦାନା ଛଡ଼ାଇ ନେବା ପରେ ଏବେ ପୁଣି ବର୍ଷା ଦାଉ ସାଜୁଛି। ଜୀବିକା ଯାଇଛି। ଆମ ଜୀବନ କେବଳ ଅଛି। ଏବେ ଛାଡ଼ିଳେ ଲୋକେ ହୁଏତ କିଛି କାମଧନ୍ଦା କରିବାକୁ କ୍ଷେତକୁ ଯାଆନ୍ତେ। ଏହି ବର୍ଷା ସେତକ ବି କରିବାକୁ ଦେଉନି ବୋଲି କୁହନ୍ତି , ରଜୁଆଲି ବିନ୍ଧାର ଚାଷୀ ପରବା ଜେନା। ଅର୍ଶପାଳ ପଞ୍ଚାୟତ ରାଜମୁକୃନ୍ଦ ପୁର ଗ୍ରାମର ହେମନ୍ତ ସାହୁ କହନ୍ତି ଏବର୍ଷ ବର୍ଷା ଆଉ ବନ୍ୟା ଆମର ସବୁ କିଛି ଉଜାଡ଼ି ଦେଲା। ଏବେ କେମିତି ବଞ୍ଚିବୁ ତାକୁ ନେଇ ଚିନ୍ତା। ଏହି ଅଞ୍ଚଳର ଚାଷୀ ବାଦଲ କୁହନ୍ତି ନିଜ ଜମି ଓ ଭାଗ ଚାଷକୁ ଆଣି ୩ ଏକର ଜମିଚାଷ କରିଥିଲି। ୨ ଏକର ରୁଆ ପୋତା ସରିଥିଲା। ସବୁ ଚାଲିଗଲା। ଧାନ ତଳି ଓ ରୁଆରେ ମାସେ କାଳ ବନ୍ୟା ପାଣିର ସୁଅ ଛୁଟିଲା। ସବୁ ଚାଲିଗଲା। ଆଉ ଚାଷ ନାହିଁ। ବାସରେ ବନ୍ୟା ଜଳ ଲହଡ଼ି ମାରଇଲା। ଏବେ ଘରକୁ ଫେରିଲୁ ଯେ ପୁଣି ବର୍ଷା ଆମକୁ କଲବଲ କରୁଛି।
ସୌଜନ୍ୟ ସମ୍ବାଦ