ଦେଶ ବିଦେଶ

Rajnath Singh: ଡ୍ରୋନ୍ ନିର୍ମାଣରେ ବିଶ୍ୱସ୍ତରୀୟ ହବ୍ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଓ ରଣନୈତିକ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏବେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି।

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଓ ରଣନୈତିକ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏବେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଆୟୋଜିତ ଜାତୀୟ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀ ୨୦୨୬ରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ରୁଷ-ୟୁକ୍ରେନ ଏବଂ ଇରାନ-ଇସ୍ରାଏଲ ସଂଘର୍ଷ ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଅପରିହାର୍ଯ୍ୟତାକୁ ପ୍ରମାଣିତ କରିଛି।

ଭବିଷ୍ୟତର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ଭାରତକୁ ଏକ ସୁଦୃଢ଼ ଡ୍ରୋନ୍ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବାକୁ ପଡ଼ିବ, ଯାହା ଦେଶକୁ ଆଗାମୀ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଉଭା କରିବ।

ପ୍ରତିରକ୍ଷା ପ୍ରସ୍ତୁତି ଏବଂ ରଣନୈତିକ ସ୍ୱାୟତ୍ତତା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏହି ଆତ୍ମନିର୍ଭରଶୀଳତା କେବଳ ଉପରିସ୍ଥ ଢାଞ୍ଚାରେ ସୀମିତ ନରହି ଡ୍ରୋନର ସଫ୍ଟୱେର୍, ଇଞ୍ଜିନ୍ ଓ ବ୍ୟାଟେରୀ ଭଳି ପ୍ରତିଟି ମୁଖ୍ୟ ଅଂଶ ପର୍ଯ୍ୟନ୍ତ ବିସ୍ତାରିତ ହେବା ଆବଶ୍ୟକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button