RCB in the WPL final ଡବ୍ଲ୍ୟୁପିଏଲ୍ ଫାଇନାଲ୍ରେ ଆର୍ସିବି
ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଆର୍ସିବି ସିଧାସଳଖ ଫାଇନାଲ୍ ଖେଳିବ। ନିଜ ଶେଷ ଲିଗ୍ ମ୍ୟାଚ୍ରେ ଆର୍ସିବି ଗୁରୁବାର ୟୁପି ୟାରିୟର୍ସକୁ ୮ ୱିକେଟ୍ରେ ପରାସ୍ତ କରିଛି।

ବଡ଼ୋଦରା: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଆର୍ସିବି ସିଧାସଳଖ ଫାଇନାଲ୍ ଖେଳିବ। ନିଜ ଶେଷ ଲିଗ୍ ମ୍ୟାଚ୍ରେ ଆର୍ସିବି ଗୁରୁବାର ୟୁପି ୟାରିୟର୍ସକୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ ଆର୍ସିବି ୮ରୁ ୬ ବିଜୟ ସହ ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛି। ଗୁରୁବାର ମେଗ୍ ଲାନିଙ୍ଗ୍ (୪୧) ଓ ଦୀପ୍ତି ଶର୍ମା (୫୫) ପ୍ରଥମ ୱିକେଟ୍ ପାଇଁ ୮ ଓଭରରେ ୭୪ ରନ୍ ସଂଗ୍ରହ କରିଥିଲେ ମଧ୍ୟ ୟୁପି ୱାରିୟର୍ସ ୧୪୩/୮ରେ ସୀମିତ ରହିଯାଇଥିଲା।
ନାଡିନ୍ ଡି’କ୍ଲାର୍କ ୪ ୱିକେଟ୍ ନେଇଥିଲେ। ଜବାବରେ ଗ୍ରେସ୍ ହାରିସ୍ (୩୭ ବଲ୍ରୁ ୭୫ ରନ୍) ଏବଂ ଅଧିନାୟିକା ସ୍ମୃତି ମନ୍ଧାନା (୨୭ ବଲ୍ରୁ ୫୪* ରନ୍) ପ୍ରଥମ ୱିକେଟ୍ ପାଇଁ ୯ ଓଭରରେ ୧୦୮ ରନ୍ ଉଠାଇବା ପରେ ଆର୍ସିବି ୪୧ ବଲ୍ ପୂର୍ବରୁ ୨ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରି ନେଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ଗ୍ରେସ୍ ହାରିସ୍ (୨/୨୨ ଓ ୭୫ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତା ହୋଇଥିଲେ।
ସୌଜନ୍ୟ ସମ୍ବାଦ



