ରାଜ୍ୟ

Residential quarters: ଲୋକଭବନରେ ୧୪୪ଟି ଆବାସିକ କ୍ବାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ୪ଟି ବ୍ଲକ୍‌ରେ ୯୬ଟି ‘ଇ-ଟାଇପ୍‌’ ଓ ଦୁଇଟି ବ୍ଲକ୍‌ରେ ୪୮ଟି...

ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ୪ଟି ବ୍ଲକ୍‌ରେ ୯୬ଟି ‘ଇ-ଟାଇପ୍‌’ ଓ ଦୁଇଟି ବ୍ଲକ୍‌ରେ ୪୮ଟି ‘ଏଫ୍-ଟାଇପ୍‌’ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଷ୍ଟିଲ୍‌ଟ୍‌ ସମେତ ୬ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣକି’ ଭିତ୍ତିରେ କରାଯିବା।

ଆସନ୍ତା ୨୦୨୮ ମସିହା ମେ’ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ନୂତନ କ୍ୱାର୍ଟର୍ସ ନିର୍ମାଣ ଦ୍ୱାରା ଦୀର୍ଘଦିନର ଆବାସିକ ସମସ୍ୟାର ସମାଧାନ ହେବ। ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍‌ (ସିଭିଲ୍‌) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ (ଆର୍‌ ଆଣ୍ଡ ବି) ସର୍କଲ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଓ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button