ଦେଶ ବିଦେଶ

Mamata Banerjee: ଏସଆଇଆରକୁ ବିରୋଧ କରି ପୁଣି ସିଇସିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞା‌ନେଶ କୁମାରଙ୍କ ପାଖକୁ ଏକ ସଦ୍ୟ ଚିଠି ‌ଲେଖିଛନ୍ତି। ନିର୍ବାଚନ କମିସନ ୨ ଦଶନ୍ଧିର ନିର୍ବାଚନୀ ସଂଶୋଧନ ପ୍ରକ୍ରିୟାକୁ ଅଣଦେଖା କରିଛନ୍ତି...

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞା‌ନେଶ କୁମାରଙ୍କ ପାଖକୁ ଏକ ସଦ୍ୟ ଚିଠି ‌ଲେଖିଛନ୍ତି। ନିର୍ବାଚନ କମିସନ ୨ ଦଶନ୍ଧିର ନିର୍ବାଚନୀ ସଂଶୋଧନ ପ୍ରକ୍ରିୟାକୁ ଅଣଦେଖା କରିଛନ୍ତି ଏବଂ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶେଧନ) ସମୟରେ ଭୋଟରମାନଙ୍କୁ ସେମାନଙ୍କ ପରିଚୟ ପୁନଃ ପ୍ରମାଣିତ କରିବାପାଇଁ ବାଧ୍ୟ କରିଛନ୍ତି ବୋଲି ମମତା କହିଛନ୍ତି।

ଚିଠିରେ ମମତା ଅଭିଯୋଗ କରିଛନ୍ତି ଯେ ଇସି ଗତ ୨୦ ବର୍ଷ ମଧ୍ୟରେ ଚାଲିଥିବା ସଂଶୋଧନକୁ ଅଣଦେଖା କରିଛନ୍ତି ଏବଂ ଭୋଟରମାନଙ୍କୁ ସେମାନଙ୍କ କାଗଜପତ୍ର ପୁନର୍ବାର ଦାଖଲ କରିବାପାଇଁ ବାଧ୍ୟ କରିଛନ୍ତି। ଏହାଦ୍ବାରା ବ୍ୟାପକ ଜଟିଳତା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ଅତି ସାଂଘାତିକ ପ୍ରକ୍ରିୟାଗତ ତ୍ରୁଟି ରହିଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ୨ ମାସରୁ ଅଧିକ ସମୟ ଧରି ଏସ୍‌ଆଇଆର ପ୍ରକ୍ରିୟା ଜାରି ରହିଥିବାବେ‌ଳେ ମମତା ଏସ୍‌ଆଇଆରକୁ ବିରୋଧ କରି ବାରମ୍ବାର ଇସିଙ୍କୁ ଚିଠି ଲେଖିଛନ୍ତି। ୨ ଦିନ ତଳେ ମମତା ଅଭିଯୋଗ କରିଥିଲେ ଯେ ଏସ୍‌ଆଇଆର ପ୍ରକ୍ରିୟା ଯୋଗୁ ରାଜ୍ୟରେ ୭୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ନିର୍ବାଚନ କମିସନ୍‌ ବିନା ଯୋଜନାରେ ଏହି ପ୍ରକ୍ରିୟା ପରିଚାଳନା କରିଛନ୍ତି ବୋଲି ମମତା କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button