ଦେଶ ବିଦେଶ

Road Accident: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୬ ମୃତ, ୩୦ରୁ ଅଧିକ ଗୁରୁତର

ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇଦ୍ରାବାଦରୁ ବିଜୟୱାଡା ଯାଉଥିବା ଏକ ଫ୍ରେଶବସ୍ ଇଲେକ୍ଟ୍ରିକ୍ ବସ୍‌କୁ ଲୁହା ରଡ୍ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଲୁହା ରଡ୍ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।

୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ

ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ବିଜୟୱାଡା ଯାଉଥିବା ଏକ ଘରୋଇ ଇଲେକ୍ଟ୍ରିକ୍‌ ବସ୍‌ ଦୁର୍ଗାପୁରମ୍‌ ଷ୍ଟେଜ୍‌ ନିକଟରେ ଲୁହା ରଡ୍‌ ବୋଝେଇ ଏକ କଣ୍ଟେନର ଟ୍ରକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ମୋଟ ୪୩ ଜଣ ଯାତ୍ରୀ ଥିବା ପୁଲିସ ସୂଚନା ଦେଇଛି। ଧକ୍କା ପରେ ବସ୍‌ର ସମ୍ମୁଖ ଭାଗ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ପହଞ୍ଚି ଆହତ ଯାତ୍ରୀଙ୍କୁ ବାହାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ମର୍ଗକୁ ପଠାଯାଇଛି।

ଏହି ଦୁର୍ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ପରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button