ଦେଶ ବିଦେଶ

Rohit Pawar Calls Ajit Pawar Plane Crash Conspiracy : ଦାଦାଙ୍କ ମୃତ୍ୟୁକୁ ଷଡ଼ଯନ୍ତ୍ର କହିଲେ ରୋହିତ ପାୱାର

ମହାରାଷ୍ଟ୍ରର ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁକୁ ବିରୋଧୀ ଦଳ ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ଏନସିପି ନେତା ରୋହିତ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ବିଷୟରେ ଅନେକ ପ୍ରଶ୍ନ ଉଠାଇ ଏହାକୁ ଏକ ସମ୍ଭାବ୍ୟ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରର ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁକୁ ବିରୋଧୀ ଦଳ ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ଏନସିପି ନେତା ରୋହିତ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ବିଷୟରେ ଅନେକ ପ୍ରଶ୍ନ ଉଠାଇ ଏହାକୁ ଏକ ସମ୍ଭାବ୍ୟ ଷଡ଼ଯନ୍ତ୍ର ବୋଲି କହିଛନ୍ତି, ଏହାସହ ରୋହିତ ପାୱାର ଏକ ପୋଷ୍ଟ ମାଧ୍ୟମରେ ତାଙ୍କର ସମସ୍ତ ଦ୍ଵନ୍ଦ୍ଵକୁ ଦୂର କରିବାକୁ ଦାବି କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, “ଏହି ଦୁର୍ଘଟଣାରେ (ବାରାମତୀ ବିମାନ ଦୁର୍ଘଟଣା) ମୁଁ ମୋ କାକାଙ୍କୁ ହରାଇଲି, ଏବଂ ମହାରାଷ୍ଟ୍ର ଜଣେ ନେତାଙ୍କୁ ହରାଇଲା। ତେଣୁ, ଆମ ମନରେ ଥିବା ସମସ୍ତ ଦ୍ଵନ୍ଦ୍ଵ ଦୂର ହେବା ଆବଶ୍ୟକ, ସେପର୍ଯ୍ୟନ୍ତ ଆମେ ଏହି ମାମଲାକୁ ନେଇ ସ୍ଵର ଉଠାଇବା ଜାରି ରଖିବୁ।

ଟ୍ୱିଟ୍ କରି ପ୍ରତିକ୍ରିୟା ଦେଲେ ରୋହିତ ପାୱାର

ରୋହିତ ପାୱାର ଟ୍ୱିଟ୍ କରି କହିଛନ୍ତି, ସେ ଅଜିତଦାଦାଙ୍କ ବିମାନ ଦୁର୍ଘଟଣା ଉପରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ ଯେଉଁ ସବୁ ପ୍ରଶ୍ନ ଉଠାଇଛନ୍ତି ସେଗୁଡ଼ିକ କେବଳ ଖାଲି ପ୍ରଶ୍ନ ନୁହେଁ, ବରଂ ପ୍ରତ୍ୟେକ ପ୍ରଶ୍ନର ଏକ ଦୃଢ଼ ଆଧାର ଅଛି। ସେ ଗଣମାଧ୍ୟମକୁ ତାଙ୍କଦ୍ଵାରା ପ୍ରସ୍ତୁତ କରାଯାଇଥିବା ପ୍ରେଜେଣ୍ଟେସନକୁ ପ୍ରକାଶ କରିବା ପାଇଁ ଅନୁରୋଧ କରିବା ସହ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଗୁଡ଼ିକଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଁ ଆଶା ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ଗତକାଲି ସାମ୍ବାଦିକ ସମ୍ମିଳନୀରେ ରୋହିତ ପାୱାର ଅଜିତ ପାୱାରଙ୍କ ମୃତ୍ୟୁକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ସେ ଏକ ପୁସ୍ତକରେ ଲେଖାଯାଇଥିବା ପାଠର ଉଦାହରଣ ଦେଇଥିଲେ। ସେ କହିଥିଲେ, ଏକ ପୁସ୍ତକରେ ଲେଖାଯାଇଛି ଯେ ଯଦି ଆପଣ କାହାକୁ ହତ୍ୟା କରିବାକୁ ଚାହାଁନ୍ତି, ତେବେ ସବୁଠାରୁ ସହଜ ଉପାୟ ହେଉଛି ତାଙ୍କ ଡ୍ରାଇଭରଙ୍କୁ ଟାର୍ଗେଟ କରିବା। ଏହି ପରିପ୍ରେକ୍ଷୀରେ, ସେ ଦୁର୍ଘଟଣା ସହିତ ଜଡିତ କିଛି ତଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ରୋହିତ ପାୱାରଙ୍କ ଅନୁଯାୟୀ, ଦୁର୍ଘଟଣା ର ଗୋଟିଏ ଦିନ ପୂର୍ବରୁ ଅଜିତ ଦାଦା କାର ଯୋଗେ ମୁମ୍ବାଇରୁ ପୁଣେ ଯାତ୍ରା କରିବାର ଥିଲା, ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା, କିନ୍ତୁ ସେ ହଠାତ୍ କାହିଁକି କାର ଯୋଗେ ଯାତ୍ରା କଲେ ନାହିଁ ତାହା ଏକ ବଡ଼ ପ୍ରଶ୍ନ ବୋଲି ରୋହିତ ପାଵାର କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button