ବାଣିଜ୍ୟ

Rupee: ଆହୁରି ଦୁର୍ବଳ ହେଲା ଟଙ୍କା: ୯୫ ପାର ହେଲା, ସେନସେକ୍ସ ୧୬୩୫ ପଏଣ୍ଟ ଖସିଲା

ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ ଉଭୟ ମୁଦ୍ରା ଓ ଷ୍ଟକ୍‌ ବଜା‌ର ପାଇଁ ଖରାପ ରହିଛି। ବୈ‌ଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୯୫ ଅତିକ୍ରମ କରିଛି।

ନୂଆଦିଲ୍ଲୀ: ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ ଉଭୟ ମୁଦ୍ରା ଓ ଷ୍ଟକ୍‌ ବଜା‌ର ପାଇଁ ଖରାପ ରହିଛି।  ବୈ‌ଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୯୫ ଅତିକ୍ରମ କରିଛି। ଅର୍ଥାତ୍‌ ଗୋଟିଏ ଡଲାର କିଣିବା ପାଇଁ ଆଜି ୯୫ ଟଙ୍କାରୁ ଅଧିକ ଦେବାକୁ ପଡ଼ିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ପଞ୍ଚମ ସପ୍ତାହରେ ପହଞ୍ଚିଛି। ଏଥିପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ସହିତ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ଉଠାଇ ନେଉଛନ୍ତି। ଏହାର ପ୍ରଭାବ ଦେଶରେ ମୁଦ୍ରାସ୍ଫୀତିକୁ ବଢ଼ାଇବା ସହ ବିତ୍ତୀୟ ସ୍ଥିତିକୁ ଦୁର୍ବଳ କରିବା ଆଶଙ୍କା ଉପୁଜିଛି। ସେଥିପାଇଁ ଭାରତୀୟ ଟଙ୍କା ମୂଲ୍ୟ ଦୁର୍ବଳ ହେବା ସହ ସେୟାର ବଜାର ନିମ୍ନମୁଖୀ ହୋଇଛି। ଗତ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୯୪ ଟଙ୍କା ୮୧ ପଇସାରେ ପ୍ରଥମ ଥର ପାଇଁ ବନ୍ଦ ହୋଇଥିଲା। ଆଜି ଟଙ୍କା ସେହି ଅଲୋଡ଼ା ରେକର୍ଡକୁ ଅତିକ୍ରମ କରିଯାଇଛି। ଟଙ୍କା ମୂଲ୍ୟରେ ଅସ୍ଥିରତାକୁ ରୋକିବା ପାଇଁ ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା କାରବାର କରୁଥିବା ଡିଲର ବ୍ୟାଙ୍କଗୁଡ଼ିକ ପାଇଁ ନିୟମକୁ କଠୋର କରିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button